ବରଗଡ଼: ବରଗଡ଼ ଜିଲ୍ଲାରେ ଦନ୍ତାହାତୀର ଉତ୍ପାତ । ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ଦନ୍ତାହାତୀ ଆକ୍ରମଣରେ ୪ ଜଣଙ୍କର ପ୍ରାଣ ଯାଇଛି । ଘରେ ଶୋଇଥିବା ଅବସ୍ଥାରେ ବାପା-ପୁଅ ଓ ନାତିଙ୍କୁ ଦନ୍ତା ଦଳି ଦେଇଥିବା ଜଣାପଡିଛି।
ମୃତକ ମନେ ହେଉଛନ୍ତି ପଦ୍ମପୁର ଅଞ୍ଚଳର ବାଞ୍ଜନମୁଣ୍ଡା ଗାଁର । ଖାଦ୍ୟ ଅନ୍ୱେଷଣରେ ଏକ ଦନ୍ତାହାତୀ ମଧ୍ୟ ରାତ୍ରିରେ ପଦ୍ମପୁରର ରଜାପଡ଼ାକୁ ଆସିଥିଲା ।
ଖାଇବା ଖୋଜି ହାତୀଟି ଏକ ମାଟି ଘରକୁ ପଶି ଯିବା ସହ ଏହାକୁ ଭାଙ୍ଗିରୁଜି ମଧ୍ୟ ଦେଇଥିଲା । ତେବବ ଏହି ଘର ଭିତରେ ଶୋଇଥିବା ବାପ-ପୁଅ ଓ ନାତି ହାତୀ ଆକ୍ରମଣରେ ଜୀବନ ହରାଇଛନ୍ତି । ଏହାସହ ଦନ୍ତାହାତୀ ଖଲିଆପାଲି ପଂଚାୟତ ବାଘେନମୁଣ୍ଡାରେ ଆଉ ଜଣଙ୍କୁ ଆକ୍ରମଣ କରିବା ଫଳରେ ସଂପୃକ୍ତ ବ୍ୟକ୍ତିଙ୍କର ମଧ୍ୟ ଜୀବନ ଯାଇଛି ।
ତେବେ ପଦ୍ମପୁର ବନବିଭାଗ ଏହି ଜଙ୍ଗଲୀ ହାତୀକୁ କାବୁ କରିବାକୁ ଚେଷ୍ଟା ଜାରି ରଖିଥିବା ସୂଚନା ମିଳିଛି ।
Comments are closed.