ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କରୋନା ସଂକ୍ରମଣରେ ବିଶ୍ୱରେ ସର୍ବାଧିକ ମାମଲା ସହ ବୁଧବାର ଏହି ସଂଖ୍ୟା ୪୦୦,୫୪୦ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨,୮୫୭ ଛୁଇଁଛି ।
ଆମେରିକାର ନ୍ୟୁୟର୍କ ସହରରେ ସର୍ବାଧିକ ୧୪୨,୩୮୪ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ୫୪୮୯ ରେ ପହଞ୍ଚିଛି ।
ଆଗକୁ ମଧ୍ୟ କିଛିଦିନ ଆମେରିକାରେ ସ୍ଥିତି ଏଭଳି ହୃଦୟ ବିଦାରକ ରହିବ ବୋଲି କୁହାଯାଉଥିବା ବେଳେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବାର ଆଶା ଥିବା ଆମେରିକା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.