ଗଂଜାମ: ଗଂଜାମରେ ସମସ୍ତ ଲୋକଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା । କରୋନାର କୌଣସି ଲକ୍ଷଣ ଅଛି କି ନାହିଁ ସେ ନେଇ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଡାକ୍ତର । ଯାହାର ଥଣ୍ଡା, କାଶ କଫ କିମ୍ବା ଜ୍ୱର ଭଳି ଲକ୍ଷଣ ଥିବା ସେମାନଙ୍କର ସ୍ୱାସ୍ଥ୍ୟଗତ ଯାଂଚ କରାଯିବ । ଏନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।
ଆସନ୍ତା ୩ ଦିନ ମଧ୍ୟରେ ସମଗ୍ର ଜିଲ୍ଲାରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ଦେଶର ବିଭିନ୍ନ ରାଜ୍ୟରେ ଗଂଜାମର ଶତାଧିକ ଶ୍ରମିକ କାମ କରୁଥିବା ବେଳେ କିଛି ଦିନ ତଳେ ଜିଲ୍ଲାକୁ ଫେରିଛନ୍ତି । ତେଣୁ ଜିଲ୍ଲାରେ ସଂକ୍ରମଣ ଆଶଙ୍କାରେ ଏଭଳି ପଦକ୍ଷେପ ନେଇଛି ଜିଳ୍ଲା ପ୍ରଶାସନ । ଏପରିକି କିଛି ଦିନ ତଳେ ଜିଲ୍ଲାରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ ବୋଲି ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।
BREAKING NEWS
- ଦେଶରେ ଜଙ୍ଗଲ ପରିମାଣ ବୃଦ୍ଧି; ଓଡ଼ିଶାରେ ସର୍ବାଧିକ
- କୋଟିଏ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ
- ସୋଆର ‘ଗ୍ରାଣ୍ଡ ହୋମ କମିଂ’ ସମାବେଶ: ପୁରାତନ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ସହ ସମ୍ପର୍କ ସୁଦୃଢ଼ କରିବା ଆବଶ୍ୟକ
- ଡିସେମ୍ବର ୨୫ ସୁଦ୍ଧା ହିତାଧିକାରୀମାନଙ୍କୁ ପିଡ଼ିଏସ୍ ଚାଉଳ ବଣ୍ଟନ ଶେଷ କରିବାକୁ ନିର୍ଦ୍ଦେଶ
- ସମସ୍ତଙ୍କୁ ଦରକାର ଆମ୍ବେଦକର
- କେଜ୍ରିୱାଲଙ୍କ ପାଇଁ ଆହୁରି ବଢ଼ିଲା ଅଡୁଆ, ଏବେ କ’ଣ କରିବ ଆଦମୀ ପାର୍ଟି ?
- ପୁରୁଣା କାର୍ ବିକ୍ରୀ ଉପରେ ଲାଗିବ ୧୮% ଜିଏସଟି
- ପାର୍ଶଲରେ ଆସିଲା କଟା ମଣିଷ; ଅବାକ୍ ପରିବାର ଲୋକେ
- ଜନ୍ମ ମାଟିରେ ଶହୀଦ ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି
- ମାଇଲ୍ ଖୁଣ୍ଟର ରଙ୍ଗ ଭିନ୍ନ ଭିନ୍ନ କାହିଁକି?
Comments are closed.