Latest Odisha News

BREAKING NEWS

ଆର୍ଣ୍ଣଲ୍ଡ ‘ଟର୍ମିନେଟର’ଙ୍କ ପୁତ୍ର ଜୋସେଫଙ୍କ ଫିଗର ଏବେ ଚର୍ଚ୍ଚାରେ

ଲସଆଞ୍ଜେଲ୍ସ: ଆର୍ଣ୍ଣଲ୍ଡ ସ୍କ୍ରାରାଜେନେଗାରଙ୍କୁ କିଏ ବା ନ ଜାଣେ । ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସେ ସାରା ବିଶ୍ୱରେ ଖ୍ୟାତି ହାସଲ କରିଥିଲେ । ସେ ୭୦ ଦଶକରେ ୬ଥର ମିଷ୍ଟର ଅଲିମ୍ପିଆନ୍ ପ୍ରଫେଶନାଲ ବଡିବିଲ୍ଡିଂ ଟାଇଟଲ ଜିତିଥିଲେ । ତାଙ୍କ ଅଭିନୀତ ଟର୍ମିନେଟର ଫିଲ୍ମ ଏବେ ମଧ୍ୟ ଦର୍ଶକଙ୍କ ମନକୁ ଆକୃଷ୍ଟ କରୁଛି । ଆର୍ଣ୍ଣଲ୍ଡଙ୍କ ୨୨ ବର୍ଷୀୟ ପୁତ୍ର ଜୋସେଫ ଏବେ ସୋସିଆଲ ନେଟୱର୍କିଂ ସାଇଟରେ ହଟ ଟପିକ୍ ପାଲଟିଛନ୍ତି । ତାଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଆର୍ଣ୍ଣଲ୍ଡଙ୍କ ସ୍ମୃତି ତାଜା କରୁଛି ।

ଆର୍ଣ୍ଣଲ୍ଡ ଏବଂ ତାଙ୍କ ପୂର୍ବତନ ପତ୍ନୀ ମାରିଆ ଶିଭରଙ୍କ ୪ଟି ସନ୍ତାନ । ସେମାନେ ହେଲେ କାଥେରିନ୍‌, କ୍ରିଷ୍ଟିଆନ, ପ୍ୟାଟ୍ରିକ ଏବଂ କ୍ରିଷ୍ଟଫୋର । ଜୋସେଫ ଆର୍ଣ୍ଣଲ୍ଡଙ୍କ ଦ୍ୱିତୀୟ ପତ୍ନୀ ମିଡରେଡ ବାଏନାଙ୍କ ସନ୍ତାନ । ସେ ବାପାଙ୍କ ପଥ ଅନୁସରଣ କରିବା ସହ କଠିନ ପରିଶ୍ରମ କରି ଆକର୍ଷଣୀୟ ଫିଗର ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.