Latest Odisha News

BREAKING NEWS

ଜର୍ମାନୀରେ ଫଶିଯାଇଛନ୍ତି ଟେନିସ ତାରକା ସୁମିତ

ନୂଆଦିଲ୍ଲୀ:ଭାରତର ଉଦୀୟମାନ ଟେନିସ ଖେଳାଳି ସୁମିତ ନଗଲ ଜର୍ମାନୀରେ ଫଶିଯାଇଛନ୍ତି । କରୋନା ମହାମାରୀ ଭାବେ ଘୋଷଣା ହେବା ପରେ ସେ ଏଠାରେ ରହି ଯାଇଥିଲେ । ସୁମିତ ବିଏନ୍‌ପି ପାରିବାସ ଓପନ୍‌ରେ ଭାଗ ନେବା ଲାଗି କାଲିଫର୍ନିଆର ଇଣ୍ଡିଆନ୍ ୱେଲ୍ସରେ ପହଞ୍ଚିଥିଲେ। ଏହି ପ୍ରତିଯୋଗିତା ମାର୍ଚ ୧୧ରୁ ଆରମ୍ଭ ହେବାକୁ ଥିଲା । ହେଲେ କରୋନା ପାଇଁ ଏହାକୁ ଆୟୋଜକ ୬ ସପ୍ତାହ ସ୍ଥଗିତ ରଖିବା ଲାଗି ଘୋଷଣା କରିଥିଲେ ।

ଏହି ୨୫ ବର୍ଷୀୟ ଭାରତୀୟ ତାରକା କାଲିଫର୍ନିଆରୁ ଜର୍ମାନୀର ପେଇନ୍‌କୁ ଫେରିଯାଇଥିଲେ। ଯେତେବେଳେ ଅବସ୍ଥା ଆହୁରି ଖରାପ ହେଲା ସେତେବେଳେ ମୁଁ ଇଣ୍ଡିଆନ୍ ୱେଲ୍ସକୁ ଯାଇଥିଲି। ଆୟୋଜକମାନେ ସ୍ଥିର କଲେ ଯେ ପ୍ରତିଯୋଗିତାକୁ ୬ ସପ୍ତାହ ସ୍ଥଗିତ ରଖିବେ, ତେଣୁ ମୁଁ ଜର୍ମାନୀ ଫେରିଗଲି ବୋଲି ସୁମିତ କହିଛନ୍ତି। ଜର୍ମାନୀରେ ପହଞ୍ଚିବା ପରେ ଏଠାରେ ଲକ୍‌ଡାଉନ୍ କରାଯାଇଥିଲା ବୋଲି ସେ କହିଛନ୍ତି।

Comments are closed.