ଇଣ୍ଡୋନେସିଆ: ଇଣ୍ଡୋନେସିଆର କେପୁଃ ଗାଁ ରାସ୍ତାରେ ରାତି ଅଧରେ ଦେଖିବାକୁ ମିଳୁଛି ପୋକୋଙ୍ଗ ଭୂତ । ତେବେ ମଣିଷଙ୍କ କ୍ଷତି ନୁହେଁ ବରଂ ତାଙ୍କ ଜୀବନରକ୍ଷା କରିବା ପାଇଁ ରାତିରେ ଭୁତମାନେ ଚଳପ୍ରଚଳ କରୁଥିବା ଜଣାପଡିଛି ।
ର୍ୟୁଟର୍ସ ରିପୋର୍ଟ ଅନୁଯାୟୀ କରୋନା ଲକ୍-ଡାଉନକୁ ଗାଁ ଲୋକେ ମାନୁନଥିବାରୁ ରାସ୍ତାରେ ପୋକୋଙ୍ଗ ଭୂତକୁ ଜଗାଇଛନ୍ତି ଗାଁ ମୁଖିଆ । ଭୂତ ଜରିଆରେ ଲୋକଙ୍କୁ ଭୟଭୀତ କରି ତାଙ୍କୁ ଘରେ ରହିବାକୁ ବାଧ୍ୟ କରାଯାଉଛି ।
ଏଥିପାଇଁ ଦୁଇ ସ୍ୱୟଂସେବକ ଡେରି ସେତ୍ୟାୱାନ୍ ଓ ସେପିଆନ୍ ଫେବ୍ରିଆନ୍ତୋ ରାତିରେ ମୁଣ୍ଡଠୁ ଗୋଡ ପର୍ଯ୍ୟନ୍ତ ଧଳା ପୋଷାକ ପିନ୍ଧି ଗାଁ ଲୋକଙ୍କୁ ଭୟଭୀତ କରାଇବାକୁ ଚେଷ୍ଟା କରିଥାନ୍ତି ।
ତେବେ ଏଥିପାଇଁ ଗାଁ ମୁଖିଆ ପ୍ରିୟାଡୀ ସ୍ଥାନୀୟ ପୋଲିସ ପ୍ରଶାସନଠୁ ଅନୁମତି ନେଇଥିଲେ । ପୋକୋଙ୍ଗ ଭୂତକୁ ଡରି ପ୍ରଥମେ ବୟସ୍କ ଲୋକ ଓ ଛୋଟପିଲାମାନେ ଭୟଭୀତ ହୋଇ ଘରେ ରହୁଥିଲେ । ହେଲେ ଏବେ ସତ ସାମ୍ନାକୁ ଆସିବା ପରେ ବାହାରେ ଭିଡ କମିବା ବଦଳରେ ଭୁତଙ୍କୁ ଦେଖିବା ଲାଗି ଅଧିକ ଭିଡ ଜମୁଛି ।
ତାଜା ରିପୋର୍ଟରେ ଇଣ୍ଡୋନେସିଆରେ ୪୨୪୧ଟି କୋଭିଡ୍-୧୯ ମାମଲା ସାମ୍ନାକୁ ଆସିଥିଲାବେଳେ ୩୭୩ ଜଣଙ୍କର ମୃତ୍ୟୁ ଘଟିଛି ।
Comments are closed.