Latest Odisha News

BREAKING NEWS

ଚୀନର ସୁପର ଆପ୍ ୱି ଚାଟକୁ ଟକ୍କର ଦେବା ପାଇଁ ଏକତ୍ର କାମ କରିବେ ମୁକେଶ ଅମ୍ବାନୀ ଓ ମାର୍କ ଜୁକରବର୍ଗ

ମୁମ୍ବାଇ: ଚୀନର ସୁପର ଆପ୍ ୱି ଚାଟକୁ ଟକ୍କର ଦେବା ପାଇଁ ମୁକେଶ ଅମ୍ବାନୀ ଓ ମାର୍କ ଜୁକରବର୍ଗ ହାତ ମିଳାଇଛନ୍ତି । ରିଲାୟନ୍ସ ଇଣ୍ଡଷ୍ଟ୍ରି ଓ ଫେସବୁକ ମିଳିତ ଭାବେ ମଲ୍‌ଟିପର୍ପଜ ଆପ ପ୍ରସ୍ତୁତ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । ଦୁଇ କମ୍ପାନୀ ଏଥିପାଇଁ ଅର୍ଥ, ବୈଷୟିକ ଜ୍ଞାନ କୌଶଳ ଓ ଡୋମେନ ପ୍ରସ୍ତୁତ ଉପରେ କାର୍ଯ୍ୟ ଆରମ୍ଭ କରିବେ । କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ଏହି ଆପର ପରିକଳ୍ପନା କରାଯାଇଛି । ଏହା ମାଧ୍‌ୟମରେ ୟୁଜର ରିଲାୟନ୍ସ ଷ୍ଟୋରସ କିମ୍ବା ଜିଓରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିପାରିବେ ।ଜିଓ ମନୀ ମାଧ୍ୟମରେ ଏହା ସହଜ ହୋଇପାରିବ । ୱି ଚାର୍ଟ ପରି ଆପ ତିଆରି ହୋଇପାରିଲେ ସୋସିଆଲ ମିଡିଆ, ଗେମିଂ, ବିମାନ ଟିକେଟ, ହୋଟେଲ ବୁକିଂ ଓ ଡିଜିଟାଲ ପେମେଂଟ ମଧ୍ୟ ହୋଇପାରିବ । ଫେସବୁକ୍ ଗ୍ରୁପ ମଧ୍ୟ ଏଥିଯୋଗୁ ଏକ ଭଳ ନେଟୱର୍କିଂ ବ୍ୟବହାର କରୁଥିବା ପ୍ଲାଟଫର୍ମ ପାଇବ । ଏହା କେବେ ଆରମ୍ଭ ହେବ ସେ ନେଇ କୌଣସି ମନ୍ତବ୍ୟ ଉଭୟ କମ୍ପାନୀ ପକ୍ଷରୁ ଦିଆଯାଇ ନାହିଁ ।

Comments are closed.