ଭୁବନେଶ୍ୱର: କରୋନା ରୋକିବାକୁ ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ବଡଧରଣର ଅଭିଯାନ ଆରମ୍ଭ ହୋଇଛି । ୭ ଦିନ ଭିତରେ ୫ ହଜାର ସ୍ୱାବ ପରୀକ୍ଷା କରିବାକୁ ସରକାର ଅଂଟା ଭିଡିଛନ୍ତି । ୧୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ନମୂନା ସଂଗ୍ରହ କରାଯାଉଛି । ପ୍ରତି ଟିମରେ ୩ ଜଣ ସଦସ୍ୟ ଅଛନ୍ତି । ଜଣେ ଡାକ୍ତର, ଜଣେ ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟଜଣେ ଶିକ୍ଷକ ବିଏମସି ଅଂଚଳରେ ଘରକୁ ଘର ବୁଲି ସ୍ୱାବ ସଂଗ୍ରହ କରୁଛନ୍ତି ।
ଭୁବନେଶ୍ୱର ଉତର, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଅଂଚଳରେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ । ଦୁଇଟି ସିଫ୍ଟରେ ନମୁନା ସଂଗ୍ରହ ହେବ । ସକାଳ ୮ରୁ ଦିନ ୧୧ଟା ଏବଂ ଅପରାହ୍ମ ୪ଟାରୁ ୬ଟା ଯାଏ ନମୁନା ସଂଗ୍ରହ କରାଯିବ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସନ୍ଦିଗ୍ଧଙ୍କ ସ୍ୱାବ ସଂଗ୍ରହ କରିବେ ଏବଂ ଟିମରେ ଥିବା ଅନ୍ୟ ଜଣେ ସଦସ୍ୟ ଶିକ୍ଷକ-ଶିକ୍ଷୟତ୍ରୀ କାଗଜପତ୍ର ପୂରଣ ଭଳି ଗୁରୁତ୍ୱପୂର୍ଣ୍ଣ କାମ କରିବେ । ପ୍ରଥମ ପର୍ଯ୍ୟାୟରେ ସକାଳ ୮ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଦିନ ୧୧ଟାରେ ଶେଷ ହୋଇଛି ।
BREAKING NEWS
- ‘ସାଇଲେଣ୍ଟ କିଲର’ ସାଜିଛି ହେପାଟାଇଟିସ୍ ବି ଏବଂ ସି: ବିନା ଲକ୍ଷଣରେ ନଷ୍ଟ କରୁଛି ଲିଭର
- Hit And Run: ଭୁବନେଶ୍ୱରରେ ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ
- ଶ୍ରୀକୃଷ୍ଣଙ୍କ ଆଦେଶରେ ଅର୍ଜୁନ ସ୍ଥାପନ କରିଥିଲେ ଶିବଲିଙ୍ଗ! ଜାଣନ୍ତୁ ୧୦ମ ଶତାବ୍ଦୀର କେଦାରେଶ୍ୱର ଧାମର ରହସ୍ୟ
- ଆସାମ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି
- ହର୍ମୁଜ ଖୋଲିଲେ ଯୁଦ୍ଧ ବନ୍ଦ କରିବ ଆମେରିକା!
- ଭୟଙ୍କର ବାତ୍ୟା ମୁହାଁଉଛି ଚୀନ୍ ଆଡ଼କୁ: ଜାରି ହେଲା ସର୍ବୋଚ୍ଚ ସତର୍କତା, ସୁରକ୍ଷିତ ସ୍ଥାନକୁ ଗଲେ ଲକ୍ଷ ଲକ୍ଷ ଲୋକ
- ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼: ଶ୍ରାବଣର ଦ୍ୱିତୀୟ ସୋମବାର ସହ ସୋମ ପ୍ରଦୋଷ ବ୍ରତର ବିରଳ ସଂଯୋଗ
- ପୁଣି ଡରାଉଛି ‘ଏଲ୍ ନିନୋ’: ଦୁର୍ବଳ ହେବାରେ ଲାଗିଛି ମୌସୁମୀ, କମୁଛି ମେଘ ଆସ୍ତରଣ
- ବାଇକକୁ ପିଟିଲା ଟୁରିଷ୍ଟ ବସ, ଯୁବକ ଗୁରୁତର
- କଣ୍ଟେନରର ଗୁପ୍ତ ଚେମ୍ବରରୁ ମିଳିଲା ଗଞ୍ଜେଇ ;ବଜାର ମୂଲ୍ୟ ୧୨ କୋଟି,ମାଫିଆ ଫେରାର

Comments are closed.