ଭୁବନେଶ୍ୱର: କରୋନା ରୋକିବାକୁ ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ବଡଧରଣର ଅଭିଯାନ ଆରମ୍ଭ ହୋଇଛି । ୭ ଦିନ ଭିତରେ ୫ ହଜାର ସ୍ୱାବ ପରୀକ୍ଷା କରିବାକୁ ସରକାର ଅଂଟା ଭିଡିଛନ୍ତି । ୧୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ନମୂନା ସଂଗ୍ରହ କରାଯାଉଛି । ପ୍ରତି ଟିମରେ ୩ ଜଣ ସଦସ୍ୟ ଅଛନ୍ତି । ଜଣେ ଡାକ୍ତର, ଜଣେ ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟଜଣେ ଶିକ୍ଷକ ବିଏମସି ଅଂଚଳରେ ଘରକୁ ଘର ବୁଲି ସ୍ୱାବ ସଂଗ୍ରହ କରୁଛନ୍ତି ।
ଭୁବନେଶ୍ୱର ଉତର, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଅଂଚଳରେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ । ଦୁଇଟି ସିଫ୍ଟରେ ନମୁନା ସଂଗ୍ରହ ହେବ । ସକାଳ ୮ରୁ ଦିନ ୧୧ଟା ଏବଂ ଅପରାହ୍ମ ୪ଟାରୁ ୬ଟା ଯାଏ ନମୁନା ସଂଗ୍ରହ କରାଯିବ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସନ୍ଦିଗ୍ଧଙ୍କ ସ୍ୱାବ ସଂଗ୍ରହ କରିବେ ଏବଂ ଟିମରେ ଥିବା ଅନ୍ୟ ଜଣେ ସଦସ୍ୟ ଶିକ୍ଷକ-ଶିକ୍ଷୟତ୍ରୀ କାଗଜପତ୍ର ପୂରଣ ଭଳି ଗୁରୁତ୍ୱପୂର୍ଣ୍ଣ କାମ କରିବେ । ପ୍ରଥମ ପର୍ଯ୍ୟାୟରେ ସକାଳ ୮ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଦିନ ୧୧ଟାରେ ଶେଷ ହୋଇଛି ।
BREAKING NEWS
- ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
- ୭୫୦୦୦ ବର୍ଷ ତଳର ମହିଳାଙ୍କ କୃତ୍ରିମ ଚେହେରା ପ୍ରସ୍ତୁତ କଲେ ଗବେଷକ
- ସୁନ୍ଦରଗଡ ଓ କନ୍ଧମାଳରେ ପ୍ରାର୍ଥୀ ପତ୍ର ଦାଖଲ କଲେ ହେଭିୱେଟ ନେତା
- ଆସନ୍ତା ୧୧ ମେ’ ରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
- ରେଲୱେ ଷ୍ଟେସନ ପାଖରୁ ୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ
- ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଶତାଧିକ ନେତା ଓ କର୍ମୀ
- ବିଶ୍ୱକପ ଦଳରେ ସ୍ଥାନ ନ ପାଇ ଏମାନଙ୍କ ମନ ବି ଭାଙ୍ଗିଥିଲା
- କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟରେ ବ୍ଲାଷ୍ଟ
- ନିଆରା ଢଙ୍ଗରେ ଆସି ନାମାଙ୍କନ ଭରିଲେ ସୋନାଲି ବିଶି
- ଆସନ୍ତୁ ଜାଣିବା କିଏ କହିଲେ ଦଳରେ ଚୟନ ନ ହେବା ପଛରେ ରିଙ୍କୁଙ୍କ କୌଣସି ଭୁଲ ନାହିଁ