ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଜରୁରୀ ସେବା ଯୋଗାଉଥିବା ଡାକ କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଯଦି କରୋନା ଭୂତାଣୁରେ ସଂକ୍ରମିତ ହୋଇ ଡାକ କର୍ମଚାରୀ ପ୍ରାଣ ହରାନ୍ତି ତେବେ ସେମାନଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ।
କରୋନା ସଂକ୍ରମଣ କାଳରେ ବିଭିନ୍ନ ଡାକସେବା ସହ ଏହି ବ୍ୟାଧିର ଚିକିତ୍ସା ଓ ନିରାକରଣରେ ବ୍ୟବହୃତ ହେଉଥିବା ଔଷଧ ସାମଗ୍ରୀ/ପାର୍ସଲ ଆଦି ବାଣ୍ଟୁଛନ୍ତି । ଏହି ଦାୟିତ୍ୱ ନିର୍ବାହନ କାଳରେ ସେମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି । ତେଣୁ ଏଭଳି ସ୍ଥିତିରେ ଯଦି କୌଣସି ଡାକ କର୍ମଚାରୀଙ୍କର ମୃତ୍ୟୁ ଘଟେ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ।
ଉଭୟ ଗ୍ରାମୀଣ ତଥା ଅନ୍ୟାନ୍ୟ ଡାକ କର୍ମଚାରୀମାନେ ଏହି ସୁବିଧା ପାଇବେ । ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଡାକ କର୍ମଚାରୀ ଏବଂ ଗ୍ରାମାଞ୍ଚଳରେ ସବୁ ଡାକଘର ଓ ଗ୍ରାମୀଣ ଡାକସେବକ ନିଜର କର୍ତ୍ତବ୍ୟ ପାଳନ ଅବସରରେ ଅତ୍ୟାବଶ୍ୟକ ସେବା ଯୋଗାଇବା ସହ କୋଭିଡ-୧୯ ସଂକଟ କାଳରେ ଏକ ବଡ ସାମାଜିକ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହାକୁ ନଜରରେ ରଖି ସରକାର ସେମାନଙ୍କ ପାଇଁ ଏଭଳି ବଡ ପଦକ୍ଷେପ ନେଇଛନ୍ତି ।
BREAKING NEWS
- ବେଆଇନ କଫ୍ ସିରପ୍ ଚାଲାଣ ବେଳେ ୧୨୦୦ ବୋତଲ ଜବତ, ୩ ଗିରଫ
- ବିଜେଡି ଗାଡିରେ ୮୪କେଜି ଗଞ୍ଜେଇ ଆସିଲା କୁଆଡୁ: ବିଜେପି
- ଏସିଆନ ଚାମ୍ପିୟନଶିପରେ ଇତିହାସ ରଚିଲେ ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମାକାର
- ଷ୍ଟ୍ରଙ୍ଗ ରୁମରେ ଇଭିଏମ୍, କେମିତି ଗ୍ରହଣ କରଯାଇଛି ସୁରକ୍ଷା ବ୍ୟବସ୍ଥା?
- ଧ୍ରୁଭ ରାଠୀଙ୍କ ଭିଡିଓ ପୋଷ୍ଟ ପରେ ଦୁଷ୍କର୍ମ ଓ ହତ୍ୟା ଧମକ ମିଳୁଥିବା ଅଭିଯୋଗ ଆଣିଲେ ସ୍ୱାତୀ ମାଲିୱାଲ
- ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ସିନ୍ଧୁ ରନର୍ସଅପ
- ଚତୁର୍ଥ ପର୍ଯ୍ୟାୟ ଭୋଟିଂ ପୂର୍ବରୁ କିଏ ହାତେଇଲାଣି କେତେ ଆସନ?
- ନୀଳଗିରିରେ ନୂଆ ଲଢେଇ
- ବେଆଇନ ବାଘ ଛାଲ ବିକ୍ରି ବେଳେ ବନ ବିଭାଗର ଚଢାଉ, ପାଞ୍ଚ ଅଭିଯୁକ୍ତ ଗିରଫ
- ଫୋକସରେ ୬ ଲୋକସଭା, ୪୨ ବିଧାନସଭା: ଶେଷ ପର୍ଯ୍ୟାୟରେ ଶେଷ ସ୍ପର୍ଶ ଦେବାକୁ ନେତାଙ୍କ ପ୍ରୟାସ