ଭୁବନେଶ୍ୱର: ରଥଯାତ୍ରା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । କରୋନା ଲାଗି ଆସନ୍ତା ଜୁନ୍ ୨୩ ତାରିଖରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରଭାବିତ ହୋଇପାରେ । ଏନେ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ଆଶଙ୍କା ଦୂର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉ ବୋଲି କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।
ସେ ଆହୁରି ଲେଖିଛନ୍ତି ଯେ, ଶ୍ରୀ ମନ୍ଦିର ପ୍ରଶାସକ ଏଭଳି ସ୍ଥିତିରେ କିପରି ପରମ୍ପରା ରକ୍ଷା ହେବ ସେନେଇ ଜଗଦ ଗୁରୁ ଶଙ୍କରାଚାର୍ୟ୍ୟ, ଗଜପତି ମହାରାଜ, ମୁକ୍ତି ମଣ୍ଡପ ବିଶେଷଜ୍ଞ, ଦଇତାପତି, ସେବାୟତ ତଥା ଅନ୍ୟ ମାନଙ୍କ ସହ ଆଲୋଚନା କରିବା ଲାଗି ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ରଥଯାତ୍ରା କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହିତ ଜଡ଼ିତ ରହିଛି। ତେଣୁ ହଜାର ହଜାର ବର୍ଷର ପରମ୍ପରାକୁ ବଜାୟ ରଖିବାକୁ ଯାଇ ସାମାଜିକ ଦୂରତ୍ୱ ସମେତ ସମସ୍ତ ନିୟମକୁ କଡାକଡି ପାଳନ କରି ରଥଯାତ୍ରାର ଆୟୋଜନ କରିବାକୁ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
BREAKING NEWS
- ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
- ୭୫୦୦୦ ବର୍ଷ ତଳର ମହିଳାଙ୍କ କୃତ୍ରିମ ଚେହେରା ପ୍ରସ୍ତୁତ କଲେ ଗବେଷକ
- ସୁନ୍ଦରଗଡ ଓ କନ୍ଧମାଳରେ ପ୍ରାର୍ଥୀ ପତ୍ର ଦାଖଲ କଲେ ହେଭିୱେଟ ନେତା
- ଆସନ୍ତା ୧୧ ମେ’ ରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
- ରେଲୱେ ଷ୍ଟେସନ ପାଖରୁ ୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ
- ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଶତାଧିକ ନେତା ଓ କର୍ମୀ
- ବିଶ୍ୱକପ ଦଳରେ ସ୍ଥାନ ନ ପାଇ ଏମାନଙ୍କ ମନ ବି ଭାଙ୍ଗିଥିଲା
- କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟରେ ବ୍ଲାଷ୍ଟ
- ନିଆରା ଢଙ୍ଗରେ ଆସି ନାମାଙ୍କନ ଭରିଲେ ସୋନାଲି ବିଶି
- ଆସନ୍ତୁ ଜାଣିବା କିଏ କହିଲେ ଦଳରେ ଚୟନ ନ ହେବା ପଛରେ ରିଙ୍କୁଙ୍କ କୌଣସି ଭୁଲ ନାହିଁ