ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି କରୋନା ବିରୋଧୀ ଲଢେଇରେ ଆଗଧାଡିରେ ରହି ଦେଶର ରକ୍ଷକ ସାଜିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସରକାର ଏହି ଘୋଷଣା କରିଛନ୍ତି ।
କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ମିଳିବ । ଉଭୟ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ସହାୟତା ଟଙ୍କା ମିଳିବ । ଏପରିକି ଚିକିତ୍ସା ବେଳେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ଅବସର ଯାଏ ପୁରା ଦରମା ମିଳିବ ।
ରୋଗୀଙ୍କୁ ଚିକିତ୍ସା ବେଳେ ମୃତ୍ୟୁ ହେଲେ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ । ଖାଲି ସେତିକି ନୁହେଁ କରୋନା ଚିକିତ୍ସା ବେଳେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ସହିଦର ସମ୍ମାନ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି । ଜାତୀୟ ଦିବସରେ କରୋନା ଯୋଦ୍ଧାଙ୍କୁ ଏହି ସମ୍ମାନ ମିଳିବ ।
ସେହିପରି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଅସମ୍ମାନ ଓ ଆକ୍ରମଣ କରୁଥିବା ଅଭିଯୁକ୍ତଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବେ ସରକାର । କରୋନା ଯୋଦ୍ଧାଙ୍କ ପ୍ରତି ଆକ୍ରମଣ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ବୋଲି ଧରାଯିବ ଏବଂ ଅଭିଯୁକ୍ତଙ୍କୁ ଏନଏସଏ ଅର୍ଥାତ୍ ଜାତୀୟ ନିରାପତା ଆଇନରେ ଗିରଫ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି ।
BREAKING NEWS
- ବାପାର କଟୁରୀ ଚୋଟରେ ପୁଅର ମୃତ୍ୟୁ, ବାପ ଗୁରୁତର
- ଇଂଲଣ୍ଡର ଏହି ଖେଳାଳି କହିଲେ ଭାରତ ସେମିକୁ ବି ଯାଇ ପାରିବନି
- ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି, ସେପଟେ ୪୫ ଡିଗ୍ରୀ ସହ ତାଳଚେର ଉତ୍ତପ୍ତ ସହର
- ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର
- ଟି୨୦ ବିଶ୍ୱକପ: ସମୂଦ୍ର ବାଟେ ଆମେରିକା ଆସିବ ଡ୍ରପ ଇନ ପିଚ
- ୨୫ ବର୍ଷ ହେବ ଚିନି ଖାଇ ନାହାନ୍ତି ଏହି ହୀରୋ
- ବିଜେଡି ଉପରେ ବର୍ଷିଲେ ଅପରାଜିତା, କହିଲେ, ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍ କରିଛନ୍ତି
- ଅତାବିରା ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅଭିଷେକ
- ହିନ୍ଦୁ ବିବାହ କେବଳ ନାଚଗୀତ,ଭୋଜିଭାତ କରିବାର ଉତ୍ସବ ନୁହେଁ: ସୁପ୍ରିମ କୋର୍ଟ
- ପୁଣି ଫେରିଲା ‘ବାହୁବଳୀ’, ରାଜାମୌଲୀ ଦେଖାଇଲେ ଏହାର ପ୍ରଥମ ଝଲକ