Latest Odisha News

BREAKING NEWS

କିମ୍ ଜଙ୍ଗ୍ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ନୁହେଁ: ଦକ୍ଷିଣ କୋରିଆ

ସିଓଲ୍‌: ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ବଢିବାରେ ଲାଗିଛି । ନିଜ ଜେଜେବାପାଙ୍କ ଜନ୍ମ ଦିନ ପାଳନ ଉତ୍ସବରେ ଅନୁପସ୍ଥିତ ରହିଥିବା ଯୋଗୁଁ କିମ୍ ଜଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସନ୍ଦେହ ଉପୁଜିଥିଲା । ପରେ ଜଣା ପଡ଼ିଥିଲା ଯେ ତାଙ୍କର ଛାତି ଯନ୍ତ୍ରଣା ଯୋଗୁଁ ଅପରେସନ ହୋଇଛି । ତାଙ୍କ ଶରୀରେ ବିଭିନ୍ନ ଚିକିତ୍ସା ଚାଲିଥିବା ଯୋଗୁଁ କିମଙ୍କ ଅବସ୍ଥା ଗମ୍ଭୀର ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ମାତ୍ର ପଡ଼ୋଶୀ ଦକ୍ଷଣ କୋରିଆ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, କିମ୍ ଜଙ୍ଗ୍ ଉନଙ୍କ ଅବସ୍ଥା ସଙ୍କଟାପନ୍ନ ନୁହେଁ, ଏନଡ଼ିଟିଭି ୱେବସାଇଟରେ ଏହି ଖବର ପ୍ରକାଶିତ ହୋଇଛି ।

ଏଠାରେ ସୂଚନାଯୋଗ୍ୟ, ଏପ୍ରିଲ୍ ୧୨ ତାରିଖରେ କି୍ ଜଙ୍ଗଙ୍କ ହୃଦୟ ଓ ରକ୍ତ ସମ୍ପର୍କୀତ ଅସୁବିଧା ରହିଥିଲା । ଏହି ଖବର ଅନଲାଇନ୍ ନ୍ୟୁଜ ସାଇଟରେ ପ୍ରକାଶିତ ହୋଇଥିଲା । ଏପରିକି ସେ ବ୍ରେନ୍ ଡେଡ୍ ଅବସ୍ଥାରେ ରହିଥିବାର ଖବର ପ୍ରକାଶିତ ହୋଇଥିଲା ଯାହାକୁ କି ଦକ୍ଷିଣ କୋରିଆ ଖଣ୍ଡନ କରିଛି ।

କିମ୍ ଜଙ୍ଗ୍ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଉତ୍ତର କୋରିଆ ପକ୍ଷରୁ ଏପର୍ଯ୍ୟନ୍ତ କୌଣସିି ସୂଚନା ମିଳିନଥିଲେ ମଧ୍ୟ ଦକ୍ଷିଣ କୋରିଆର ଦୁଇଟି ସରକାରୀ ବିଭାଗ ପକ୍ଷରୁ କିମଙ୍କ ସଙ୍କଟାପନ୍ନ ଅବସ୍ଥା ନେଇ ଖଣ୍ଡନ କରାଯାଇଛି । ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି ପଡ଼ୋଶୀ ଦକ୍ଷିଣ କୋରିଆ କହିଛି ।

Leave A Reply

Your email address will not be published.