Latest Odisha News

BREAKING NEWS

ରୋଜଗାର ହରାଇଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ ସରକାର: ସୋନିଆ

ନୂଆଦିଲ୍ଲୀ: କରୋନା ସଂକଟ ଉପରେ ଆଜି ଭିଡିଓ କନଫରେନ୍ସିଂରେ କଂଗ୍ରେସ ୱାର୍କିଂ କମିଟର ବୈଠକ ହୋଇଛି । ଏଥିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଲକଡାଉନ ସମୟରେ ବେକାର ଥିବା ଲୋକ ତଥା ଚାକିରୀ ହରାଇଥିବା ଲୋକଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ, ସରକାର ରୋଜଗାର ହରାଇଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ । ଗରିବ ଶ୍ରମିକ-ଚାଷୀଙ୍କ ଆକାଉଣ୍ଟକୁ ୭୫୦୦ ଟଙ୍କା ଟ୍ରାନ୍ସଫର କରିବାକୁ କେନ୍ଦ୍ର ସରକାରଙ୍କୁ ସୋନିଆ ଦାବି କରିଛନ୍ତି ।

ସୋନିଆ ଗାନ୍ଧୀ କହିଛନ୍ତି ଯେ, ପ୍ରଥମ ପର‌୍ୟ୍ୟାୟ ଲକଡାଉନ ସମୟରେ ୧୨ କୋଟି ଗରିବ ଶ୍ରମିକଙ୍କ ଚାକିରୀ ଚାଲିଯାଇଛି । ବର୍ତ୍ତମାନ ସେମାନେ ବେକାର ଅଛନ୍ତି । ଏହି ସମସ୍ୟା ଆଗକୁ ଆହୁରି ବଢିବାକୁ ଯାଉଛି । ଏହିଭଳି ସ୍ଥିତିରେ ଏମାନଙ୍କୁ ସାହାଯ୍ୟ କରିବାକୁ ସରକାର ପଦକ୍ଷେପ ନେବା ଉଚିତ ।

ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଲକଡାଉନରେ ଚାକିରୀ ହରାଇଥିବା ଲୋକଙ୍କ ଆକାଉଣ୍ଟକୁ ୭୫୦୦ ଟଙ୍କା ତୁରନ୍ତ ଟ୍ରାନ୍ସଫର କରନ୍ତୁ । ଯେପର‌୍ୟ୍ୟନ୍ତ ଲକଡାଉନ ଶେଷ ନ ହୋଇଛି ପରିସ୍ଥିତି ସ୍ଵାଭାଵିକ ହେବନାହିଁ । ସେ ପର‌୍ୟ୍ୟନ୍ତ ବେକାର ଥିବା ଲୋକଙ୍କୁ ସାହାଯ୍ୟ କରିବା ଉଚିତ ବୋଲି କହିଛନ୍ତି ସୋନିଆ ।

Leave A Reply

Your email address will not be published.