Latest Odisha News

BREAKING NEWS

ଅକ୍ଷୟ ତୃତୀୟାର ଅର୍ଥ ବୁଝାଇଲେ ମୋଦି

ନୂଆଦିଲ୍ଲୀ: କରୋନା ଲଢେଇ ଭିତରେ ନିଜ ମନ କୀ ବାତ୍ କାର‌୍ୟ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଅକ୍ଷୟ ତୃତୀୟା ଓ ରମଜାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ପବିତ୍ର ଅକ୍ଷର ତୃତୀୟାର ଅର୍ଥ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କ୍ଷୟର ଅର୍ଥ ବିନାଶ, ମାତ୍ର ଯାହା କେବେ ନଷ୍ଟ ହୁଏ ନାହିଁ କି ଶେଷ ହୁଏ ନାହିଁ ସେ ହେଉଛି ଅକ୍ଷର । ନିଜ ନିଜ ଘରେ ଆମେ ସମସ୍ତେ ଏହି ପର୍ବକୁ ପ୍ରତିବର୍ଷ ବେଶ୍ ଉତ୍ସାହର ସହ ପାଳନ କରିଥାନ୍ତି କିନ୍ତୁ ଚଳିତ ବର୍ଷ ଆମେ ପାଇଁ ଏହାର ବିଶେଷ ମହତ୍ୱ ରହିଛି ।

ଆଜିର ଏହି କଠିନ ସମୟରେ ଆଜି ଏଭଳି ଏକ ଦିନ ପହଂଚିଛି ଯାହା ଆମକୁ ଅନୁଭବ କରାଇଦେଇଛି କି, ଆମର ଆତ୍ମା, ଆମର ଭାବନା ଅକ୍ଷୟ । ଯେତେ ବାଧାବିଘ୍ନ ଆସିଲେ ବି ଏହାକୁ ଲଢିବା ଏବଂ ଜୁଝିବାର ମାନବୀୟ ଭାବନା ହେଉଛି ଅକ୍ଷୟ ।

ସେହିଭଳି ଅକ୍ଷର ତୃତୀୟା ପର୍ବକୁ ଦାନ ଶକ୍ତିର ଏକ ଅବସର ମଧ୍ୟ କୁହାଯାଏ ବୋଲି ମନ କୀ ବାତ କାର‌୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସେହିପରି ରମାଜାନର ପବିତ୍ର ମାସ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଆମକୁ ପର୍ବଅପେକ୍ଷା ଅଧିକ ପ୍ରାର୍ଥନା କରିବାକୁ ପଡିବ । ଯେପରି ଇଦ୍ ଆସିବା ପୂର୍ବରୁ ଦୁନିଆ କରୋନା ମୁକ୍ତ ହୋଇଯାଇଥିବ ବୋଲି ମୋଦି କହିଛନ୍ତି ।

Comments are closed.