Latest Odisha News

BREAKING NEWS

ସାଇକେଲରେ ହାଇଦ୍ରାବାଦରୁ ଅନୁଗୁଳ ଫେରୁଥିବା ଦୁଇ ପ୍ରବାସୀ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ

ଅନୁଗୁଳ: ଲକଡାଉନ ଯୋଗୁଁ ସାରା ଦେଶରେ ଗାଡି ମୋଟର ଚଳାଚଳ ବନ୍ଦ ରହିଛି । ତେବେ ହାଇଦ୍ରାବାଦରେ ଫସିଥିବା ୨ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ମଙ୍ଗଳବାର ଦିନ ସାଇକେଲ ଯୋଗେ ଅନୁଗୁଳ ପାଇଁ ବାହାରିଥିଲେ।

ଅନୁଗୁଳ ଫେରିବା ବାଟରେ ଏହି ଦୁଇ ଶ୍ରମିକଙ୍କର ଶନିବାର ଦିନ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ମୃତକଙ୍କ ନାମ ଜିତାନ ବେହେରା (୩୦) ଏବଂ ଜ୍ୱାଇଁ ନରୋତ୍ତମ ବେହେରା (୨୮) ବୋଲି ଜଣାପଡିଛି। ଦୁହେଁ ହାଇଦ୍ରାବାଦର ଏକ ହୋଟେଲରେ କାମ କରୁଥିଲେ।

ଲକଡାଉନ ଯୋଗୁଁ ହୋଟେଲ ବନ୍ଦ ହୋଇଯାଇଥିଲା ଏବଂ ଏମାନଙ୍କ ପାଖରେ ଟଙ୍କା ସରିଯାଇଥିଲା ଯେଉଁଥି ପାଇଁ ସେମାନେ ଘରକୁ ଆସୁଥିଲେ ବୋଲି ସେମାନଙ୍କ ପରିବାର ସଦସ୍ୟ କହିଛନ୍ତି।

ପରିବହନର ଅନ୍ୟ କୌଣସି ମାଧ୍ୟମ ନ ଥିବାରୁ ସେମାନେ ଏପ୍ରିଲ ୧୯ ରେ ଅନୁଗୁଳ ଅଭିମୁଖେ ସାଇକେଲ ଚଳାଇ ଆସିବା ଆରମ୍ଭ କଲେ।କିନ୍ତୁ ଅଧା ରାସ୍ତାରେ ସେମାନେ ଦୁର୍ଘଟଣାର ଶିକାର ହୋଇଥିବା ପରିବାର ଲୋକେ କହିଛନ୍ତି ।

Comments are closed.