Latest Odisha News

BREAKING NEWS

ଓଡ଼ିଶାର ଏହି ୪ ଜିଲ୍ଲାରେ ରହିଛି ୮୮ ପ୍ରତିଶତ କରୋନା ମାମଲା

ଭୁବନେଶ୍ୱର: ଓଡ଼ିଶା ର ୩ ଜିଲ୍ଲାରେ ୬୦ ଘଣ୍ଟାର ସଟଡାଉନ ପରେ ସୋମବାର ଦିନ ବାଲେଶ୍ବରରେ ପାଞ୍ଚଟି କରୋନା ପଜିଟିଭ ମାମଲା ରେକର୍ଡ କରାଯାଇଛି।

ଏହି ନୂତନ ମାମଲା ସହିତ ଜିଲ୍ଲାର ମୋଟ ସଂଖ୍ୟା ୧୫ କୁ ବୃଦ୍ଧି ପାଇଛି।

ଆକ୍ରାନ୍ତ ମାମଲା ବଢୁଥିବା ଯୋଗୁଁ ଆଉ ଦୁଇଟି ଜିଲ୍ଲା ଭଦ୍ରକ ଏବଂ ଯାଜପୁରକୁ ମଧ୍ୟ ସଟଡାଉନ କରାଯାଇଥିଲା। ରବିବାର ସକାଳେ ଏହି ଅବଧି ଶେଷ ହୋଇଥିଲା।

ଭଦ୍ରକରେ ବର୍ତ୍ତମାନ ୧୬ ଟି ସକ୍ରିୟ କରୋନା ମାମଲା ଥିବାବେଳେ ଯାଜପୁରର ଏହା ୧୮କୁ ଛୁଇଁଛି।

ସେହିପରି ରାଜ୍ୟରେ ଥିବା ୧୦୮ଟି ମାମଲା ମଧ୍ୟରୁ ଭୁବନେଶ୍ୱର (୪୬)କୁ ମିଶାଇ ଏହି ତିନୋଟି ଜିଲ୍ଲାରେ ମୋଟ ୯୫ଟି ମାମଲା ରହିଛି, ଯାହା ପ୍ରାୟ ୮୮ ପ୍ରତିଶତ ଅଟେ ବୋଲି ସୁତ୍ରରୁ ପ୍ରକାଶ।

Comments are closed.