Latest Odisha News

BREAKING NEWS

୨ ଦିନରେ ରାଉରକେଲାରେ ୭ କରୋନା ପଜିଟିଭ ଚିହ୍ନଟ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ ୭ଟି କରୋନା ମାମଲା ଚିହ୍ନଟ ହୋଇଛି।

ଏପ୍ରିଲ ୨୬ ରେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ରାଉରକେଲାର ପ୍ରାୟ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଟୁଇଟ୍ କରିଥିଲେ । ସେମାନଙ୍କୁ ମଧ୍ୟରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ୫୭ ବର୍ଷୀୟ ବୟସ୍କା ମହିଳା ଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ନିଶ୍ଚିତ କରାଯାଇଥିବା ବେଳେ ଅନ୍ୟ ଜଣେ ମଧ୍ୟ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଥିବା ନେଇ ଟ୍ୱିଟ କରାଯାଇଥିଲା ।


ଏପ୍ରିଲ୍ ୨୭ ରେ ଜିଲ୍ଲାରେ ଆଉ ଚାରିଟି ମାମଲା – ୫୫ ଏବଂ ୩୫ ବର୍ଷ ବୟସ୍କ ଦୁଇଜଣ ମହିଳା ଏବଂ ୩୮ ଏବଂ ୨୭ ବର୍ଷ ବୟସ୍କ ଦୁଇ ପୁରୁଷ ଚିହ୍ନଟ ହୋଇଥିଲେ।

ଏମାନେ ସମସ୍ତେ ରାଉରକେଲାସ୍ଥିତ ନାଲ ରୋଡର ବାସିନ୍ଦା ସହ ପୂର୍ବ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଥିଲା।

ସୁନ୍ଦରଗଡରେ ବର୍ତ୍ତମାନ କରୋନା ପ୍ରଭାବିତଙ୍କ ସଂଖ୍ୟା ୧୦ ରେ ପହଞ୍ଚିଛି ଏବଂ ସେମାନଙ୍କ ମଧ୍ୟରୁ ତିନିଜଣ ସୁସ୍ଥ ହୋଇଥିବା ପ୍ରକାଶ।

Comments are closed.