ନୂଆଦିଲ୍ଲୀ: କରୋନା ପାଇଁ ଏଯାଏଁ କୌଣସି ପ୍ରଭାବଶାଳୀ ଚିକିତ୍ସା ବାହାରି ନାହିଁ । ତେବେ ଏହାରି ଭିତରେ ପ୍ଲାଜମା ଥେରାପୀକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଭିନ୍ନ ଭିନ୍ନ ମତ ରହିଛି । ତେବେ ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ପ୍ଳାଜମା ଥେରାପୀ ଏବେ ବି ପରୀକ୍ଷଣ ସ୍ତରରେ ରହିଛି । କରୋନା ଚିକିତ୍ସା ପାଇଁ ଏହାକୁ ବ୍ୟବହାର ପରୀକ୍ଷାମୂଳକ ଭାବେ କରାଯାଉଛି । ଏହାର ସଫଳତା ନେଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।
ICMR ଏହାକୁ ନେଇ ଗବେଷଣା କରୁଛି। ତେଣୁ ଏହା ଜରୁରୀ, ଯେ ପର୍ଯ୍ୟନ୍ତ ICMR ଗବେଷଣା ପୂରା ନକରିଛି, ସେ ପର୍ଯ୍ୟନ୍ତ ଏହାର ପ୍ରୟୋଗ ଗବେଷଣା କିମ୍ବା ପରୀକ୍ଷଷରେ କରାଯିବ। ପ୍ଲାଜମା ଥେରାପୀର ବ୍ୟବହାର ଯଦି ଗାଇଡ୍ ଲାଇନ୍ ଅନୁରୂପ ନହୁଏ ତେବେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି ।
ଦେଶରେ ଗତ ୨୪ ଘଣ୍ଟାରେ ମୋଟ ୧୫୪୩ ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ସହିତ ମୋଟ ସଂକ୍ରମଣ ସଂଖ୍ୟା ୨୯୪୩୫ ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୬୮୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଦେଶର ଆରୋଗ୍ୟ ହାର ୨୩.୩% କୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।
BREAKING NEWS
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
Comments are closed.