ଅମୃତସର: କରୋନା ମୁକାବିଲା ପାଇଁ ସାରା ଦେଶରେ ପଡିଛି ତାଲାବନ୍ଦ । ଆସନ୍ତା ମେ’ ୩ ତାରିଖରେ ଏହି ଲକଡାଉନ ଖୋଲିବ । ତେବେ ପଂଜାବରେ କିନ୍ତୁ ଏହି ଲକଡାଉନ୍ ଅବଧିକୁ ଆଉ ଦୁଇ ସପ୍ତାହ ପାଇଁ ବଢ଼ାଇ ଦିଆଯଶଇଛି । କରୋନା ଭାଇରସର ବଢ଼ୁଥିବା ସଂକ୍ରମଣକୁ ନଜରରେ ରଖି ପଂଜାବ ସରକାର ଏଭଳି ବଡ ନିଷ୍ପତ୍ତି ନେଇଛନ୍ତି ।
#WATCH Lockdown will be lifted from 7 am to 11 am every day; during this time people can come out of their houses and shops will be opening. Also, we have decided to extend the curfew in the state by two more weeks: Punjab Chief Minister Captain Amarinder Singh. #COVID19 pic.twitter.com/tHTaE22NYB
— ANI (@ANI) April 29, 2020
ସରକାର ରାଜ୍ୟରେ ଦୁଇ ସପ୍ତାହ ପାଇଁ ଲକ୍ଡାଉନ୍ ବା କର୍ଫ୍ୟୁ ବଢାଇଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର କହିଛନ୍ତି, ପଞ୍ଜାବରେ କର୍ଫ୍ୟୁ ଆହୁରି ଦୁଇ ସପ୍ତାହ ଲାଗୁ କରାଯାଇଛି। କିନ୍ତୁ କର୍ଫ୍ୟୁରେ ପ୍ରତି ଦିନ ୪ ଘଣ୍ଟା ରିହାତି ଦିଆଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ପଞ୍ଜାବରେ ପ୍ରତିଦିନ ସକାଳ ୭ଟାରୁ ୧୧ଟା ପର୍ୟ୍ୟନ୍ତ ଚାରି ଘଣ୍ଟା ପାଇଁ କର୍ଫ୍ୟୁରେ ରିହାତି ଦିଆଯିବ। ଏହି ସମୟରେ ଲୋକେ ଘରୁ ବାହାରି ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ। ଏହି ସମୟରେ ଦୋକାନ ଖୋଲା ରହିବ। ଏହା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ସଂପ୍ରତି କରୋନାରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ଵ ହିଁ ଏକ ମାତ୍ର ଉପାୟ। ଏହି ସମୟରେ ମୁହଁରେ ମାସ୍କ ଓ ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରାଯିବ ବୋଲି ସେ କହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ପଂଜାବରେ ୩୧୯ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Comments are closed.