Latest Odisha News

BREAKING NEWS

କରୋନା ଭୂତାଣୁ ରୋକିବାରେ ସଫଳ ହେଉଛି ଇବୋଲା ମେଡିସିନ୍‌ !

ୱାଶିଂଟନ୍‌: ସାରା ବିଶ୍ୱରେ କାୟା ମେଲାଇଛି ମାରାତ୍ମକ ଭୂତାଣୁ କରୋନା । ଏପରି ସ୍ଥଳେ ଆମରିକାରୁ ଆସିଛି ଏକ ଖୁସି ଖବର । ଇବୋଲା ସଂକ୍ରମଣ ରୋକିବା ପାଇଁ ବ୍ୟବହାର କରାଯାଉଥିବା ରେମ୍‌ଡେସିଭିର ଔଷଧ କରୋନା ଭୂତାଣକୁ ରୋକିବାରେ ସଫଳ ହେଉଥିବା କୁହାଯାଇଛି । କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଏହି ଔଷଧ ଆଶ୍ଚର୍ଯ୍ୟଜନକ ଭାବେ କାମ କରୁଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ସେପଟେ ଏହି ଆଣ୍ଟି ଭାଇରାଲ ଔଷଧ କରୋନା ରୋଗୀଙ୍କୁ ଭଲ ହେବାରେ ସାହାଯ୍ୟ କରୁଛି ବୋଲି ଆମେରିକା ରାଷ୍ଟ୍ରପତିି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଆମେରିକାରେ ଫୁଡ୍ ଡ୍ରଗ ଆଣ୍ଡ ଆଡମିନିଷ୍ଟ୍ରେସନ୍ ପକ୍ଷରୁ ଏହାର ବ୍ୟବହାର ପାଇଁ ଖୁବ୍‌ଶୀଘ୍ର ଘୋଷଣା କରାଯିବାର ସମ୍ଭାବନା ରହିଛି।

ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫୌସି ଏହାର ବ୍ୟବହାର ବେଶ୍ ଫଳପ୍ରଦ ରହିଥିବା କହିଛନ୍ତି। ରେମ୍‌ଡିସିଭିର୍ ଔଷଧକୁ ଆମେରିକା, ୟୁରୋପ ଏବଂ ଏସିଆର ୬୮ ଅଞ୍ଚଳରେ ୧୦୬୩ ଲୋକଙ୍କଠାରେ ପରୀକ୍ଷାମୂଳକ ପ୍ରୟୋଗ କରାଯାଇଥିଲା। ଏହି ଔଷଧକୁ ଆମେରିକା ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ ଗିଲେଡ୍ ସାଇନ୍ସେସ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।

ତେବେ ଭାରତୀୟ ବୈଜ୍ଞାନିକମାନେ କିନ୍ତୁ ଏହି ଔଷଧ ପ୍ରୟୋଗକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ ପରେ ଭାରତରେ ଏହି ଔଷଧର ବ୍ୟବହାର ହୋଇପାରେ । ଆଇସିଏମ୍‌ଆର କିଛି ଦିନ ପୂର୍ବରୁ କହିଥିଲା ଯେ, ଯଦି ଘରୋଇ କମ୍ପାନୀମାନେ ଏହି ଔଷଧ ଉତ୍ପାଦନ କରିବାରେ ସଫଳ ହୁଅନ୍ତି ତେବେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସାରେ ରେମ୍‌ଡିସିଭିର୍ ଔଷଧକୁ ବ୍ୟବହାର କରିବା ନେଇ ଚିନ୍ତା କରାଯିବ ।

ଆଇସିଏମ୍‌ଆର୍‌ର ମୁଖ୍ୟ ବୈଜ୍ଞାନିକ ରମଣ ଗଙ୍ଗାଖେଡକରଙ୍କ ମୁତାବକ, ଏହି ଔଷଧ ବେଶ୍ ପ୍ରଭାବଶାଳୀ ଅଟେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଫଳାଫଳାକୁ ଅପେକ୍ଷା ରହିଛି । ରିପୋର୍ଟ ଆସିବା ପରେ ଏହାକୁ ରୋଗୀଙ୍କ ଉପରେ ପ୍ରୟୋଗ କରାଯାଇପାରେ ।

Leave A Reply

Your email address will not be published.