Latest Odisha News

BREAKING NEWS

ଲକଡାଉନ ୩.୦: ଓଡ଼ିଶାରେ ବନ୍ଦ ରହିବ ଟ୍ୟୁସନ କ୍ଲାସ୍

ଭୁବନେଶ୍ୱର: ଓଡ଼ିଶାରେ ଲକଡାଉନ ଅବଧି ବୃଦ୍ଧି ପାଇଥିବା ବେଳେ ରବିବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି ଯେ ଏହି ବର୍ଦ୍ଧିତ ଲକଡାଉନ୍ ସମୟରେ କୌଣସି ଟ୍ୟୁସନ କ୍ଲାସ୍ ଖୋଲାଯାଇପାରିବ ନାହିଁ।

ଯଦି କେହି ନମାନନ୍ତି ତେବେ ଉଲ୍ଲଂଘନକାରୀମାନେ ଆଇନ ଅନୁଯାୟୀ ଦୃଢ କାର‌୍ୟ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ସେ କହିଛନ୍ତି।

ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ କୋଭିଡ ୧୯ ବିସ୍ତାରକୁ ରୋକିବା ପାଇଁ ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟରେ କୋଚିଂ ସେଣ୍ଟର ଏବଂ ଟ୍ୟୁସନ କ୍ଲାସ ଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି।

Comments are closed.