Latest Odisha News

BREAKING NEWS

ସେନା ଗୁଳିରେ ଟଳିଲା ହିଜବୁଲ ମୁଜାହୁଦ୍ଦିନ କମାଣ୍ଡର ରିଆଜ ନାଇକୋ

ଶ୍ରୀନଗର: ଭାରତୀୟ ସେନାକୁ ମିଳିଛି ବଡ ଧରଣର ସଫଳତା । ସେନା ଗୁଳିରେ ପ୍ରାଣ ହରାଇଳା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ତଥା ହିଜବୁଲ ମୁଜାହୁଦ୍ଦିନ କମାଣ୍ଡର ରିଆଜ ନାଇକୋ । ତା’ସହ ଅନ୍ୟ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି । ତେବେ ଏହି ଦୁଇ ଆତଙ୍କବାଦୀଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ନାହିଁ ବୋଲି ସମ୍ଭାବନା ରହିଛି । କାରଣ ଏହାଦ୍ୱାରା ଘାଟିରେ ଉତ୍ତେଜନା ବଢ଼ିବା ନେଇ ଆଶଙ୍କା ରହିଛି ।

ସୂଚନା ଅନୁସାରେ ଏହି ଦୁଇ ଆତଙ୍କବାଦୀଙ୍କ ଏନକାଉଣ୍ଟର ପରେ ସ୍ଥାନୀୟ ଲୋକେ ସେନା ଉପରକୁ ପ୍ରବଳ ପଥର ମାଡ଼ କରୁଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଛି।

ରିଆଜ ନାଇକୋକୁ ଗତ ୮ ବର୍ଷ ହେଲା ଭାରତୀୟ ସୁରକ୍ଷା ବାହିନୀ ଖୋଜୁଥିଲା । ସେ ଜମ୍ମୁ ଓ କଶ୍ମୀରରେ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ଥିଲା । ଘାଟିରେ ହୋଇଥିବା ଅନେକ ଆତଙ୍କବାଦୀ ଘଟଣାରେ ତାହାର ହାତ ଥିଲା ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

Comments are closed.