Latest Odisha News

BREAKING NEWS

ଲକଡାଉନ ସମୟରେ ମଦ ନେଇ ଘରେ ପହଞ୍ଚାଇବ ଜୋମାଟୋ !

ଦିଲ୍ଲୀ: ଦେଶବ୍ୟାପୀ କରୋନାଭାଇରସ୍ ଯୋଗୁଁ ଲକଡାଉନ ସମୟରେ ମଦ ହୋମ ଡିଲିଭରି କରିବାକୁ ଇଚ୍ଛା ପ୍ରକଟ କରିଛି ଅନଲାଇନ ଫୁଡ଼ ଡେଲିଭରି ସଂସ୍ଥ ଜୋମାଟୋ ।

ଏନେଇ ଜୋମାଟୋର ଫୁଡ଼ ଡିଲିଭରି ସିଇଓ ମୋହିତ ଗୁପ୍ତା ଇଣ୍ଟରନ୍ୟାସନାଲ ସ୍ପିରିଟ୍ସ ଆଣ୍ଡ ୱାଇନ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ କୁ ଏକ ବ୍ୟବସାୟିକ ପ୍ରସ୍ତାବ ଦେଇଛନ୍ତି।

ଏହି ପ୍ରସ୍ତାବ ଅନୁଯାୟୀ, ଜୋମାଟୋ କୋଭିଡ୧୯ ଦ୍ୱାରା କମ୍ ପ୍ରଭାବିତ ଅଞ୍ଚଳକୁ ମଦ ବିତରଣ କରିବ । ଏହାଦ୍ୱାରା ମଦ କାଉଣ୍ଟର ସାମ୍ନାରେ ଲୋକଙ୍କ ଭିଡ଼ ଜମେଇବା ମଧ୍ୟ ଅପେକ୍ଷାକୃତ ହ୍ରାସ ପାଇବ ବୋଲି ସିଇଓ କହିଛନ୍ତି ।

୨୦୦୮ ରେ ପ୍ରତିଷ୍ଠିତ ହୋଇଥିଲା ଏହି ଭାରତୀୟ ରେଷ୍ଟୁରାଣ୍ଟ ଏଗ୍ରିଗେଟର ଏବଂ ଖାଦ୍ୟ ବିତରଣ ଷ୍ଟାର୍ଟ ଅପ୍ । ଦେଶବ୍ୟାପୀ ତାଲା ପଡିଥିବାରୁ ରେଷ୍ଟୁରାଣ୍ଟ ବ୍ୟବସାୟକୁ ଶକ୍ତ ଧକ୍କା ଲାଗିଛି। ଏଥିପାଇଁ ଲୋକମାନେ ଖାଦ୍ୟ ଅର୍ଡର ମଧ୍ୟ ବନ୍ଦ କରିଦେଇଛନ୍ତି।

ଅଣ-କଣ୍ଟେନମେଣ୍ଟ ଜୋନରେ ମଦ ଦୋକାନ ଖୋଲିବାକୁ ଗୃହ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇଛି। ପ୍ରାୟ ସାତ ସପ୍ତାହ ବନ୍ଦ ହେବା ପରେ ଏହି ସପ୍ତାହକ ପୂର୍ବରୁ ମଦ ଦୋକାନ ଖୋଲିଥିବା ରାଜ୍ୟଗୁଡିକରେ ଦୋକାନ ସାମ୍ନାରେ ଲାଗି ରହୁଥିବା ଧାଡି ଦେଖିଲେ ଭୟ ଲାଗୁଛି ।

ଜୋମାଟୋର ଏହି ପ୍ରୟାସ ଦ୍ୱାରା ଲୋକମାନେ ଘରେ ରହିବା ସହ ସମାଜିକ ଦୂରତା ମଧ୍ୟ ବଜାଇ ରଖି ପାରିବେ ବୋଲି ସିଇଓ କହିଛନ୍ତି ।

Comments are closed.