Latest Odisha News

BREAKING NEWS

ଇଭାଙ୍କା ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ କୋଭିଡ-୧୯ ପଜିଟିଭ ଚିହ୍ନଟ

ୱାଶିଂଟନ୍‌: ସାରା ବିଶ୍ୱକୁ ଅକ୍ତିଆର କରି ସାରିଲାଣି ମହାମାରୀ କରୋନା । ଆମେରିକାରେ କରୋନାର ତାଣ୍ଡବ ଚାଲିଛି । ଏହାରି ଭିତରେ ହ୍ୱାଇଟ ହାଉସରେ ମଧ୍ୟ ପହଂଚି ସାରିଲାଣି ମହାମାରୀ କୋଭିଡ-୧୯ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କ ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏହା ସହ ହ୍ୱାଇଟ୍ ହାଉସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି।

ପଜେଟିଭ ଚିହ୍ନଟ କର୍ମଚାରୀ ଗତ ୨ ମାସ ହେଲା ହ୍ୱାଇଟ୍ ହାଉସରେ କାର‌୍ୟ୍ୟ କରୁଥିଲେ। ତେବେ ସତର୍କତା ମୂଳକ ଯାଞ୍ଚ ବେଳେ ତାଙ୍କଠାରେ କରୋନା ଭୂତାଣୁ ଥିବା ଜଣାପଡିଛି । ସଂକ୍ରମିତ କର୍ମଚାରୀଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଉନଥିଲା । ଏହା ପୂର୍ବରୁ ଉପରାଷ୍ଟ୍ରପତି ମାଇକ୍ ପେନସଙ୍କ ବ୍ୟକ୍ତିଗତ ସଚିବ କେଟି ମିଲର କରୋନା ସଂକ୍ରମିତ ହୋଇଥିବା ନିଜେ ରାଷ୍ଟ୍ରପତି ଘୋଷଣା କରିଥିଲେ।

ହ୍ୱାଇଟ୍ ହାଉସ୍‌ରେ ମିଲର ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତାଙ୍କ ସମ୍ପର୍କରେ ଆସିଥିବା ଅନ୍ୟମାନଙ୍କର ସନ୍ଧାନ କରାଯାଇଥିଲା। ହ୍ୱାଇଟ୍ ହାଉସ୍‌ର ୱେଷ୍ଟ ୱିଙ୍ଗ ଯେଉଁଠାରେ ରାଷ୍ଟ୍ରପତିଙ୍କର ଓଭାଲ ଅଫିସ ଅଛି ତାହା ମଧ୍ୟ କରୋନା ସଂକ୍ରମିତ ବୋଲି କୁହାଯାଉଛି । ଏଣୁ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଏବେ ତାଙ୍କର ଓ ଉପରାଷ୍ଟ୍ରପତିଙ୍କର ନିୟମିତ କରୋନା ଯାଞ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି।

Comments are closed.