ନୂଆଦିଲ୍ଲୀ: କରୋନା ପାଇଁ ଚୀନ ଭାରତକୁ କ୍ଷତିପୂରଣ ଦେବା ଲାଗି ତାମିଲନାଡୁର ମଦୁରାଇର କେ.କେ. ରମେଶ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାଖଲ କରିଥିବା କୁହାଯାଉଛି । ପୃଥିବୀର ଅଧିକାଂଶ ଦେଶ କରୋନା ପାଇଁ ଚୀନକୁ ଦାୟୀ କରିଛନ୍ତି । ଉହାନ୍ର ଏକ ଲ୍ୟାବ୍ରୁ ଏହା ଲିକ୍ ହୋଇଥିବା କୁହାଯାଉଛି । ଇତମଧ୍ୟରେ ଆମେରିକା, ବ୍ରିଟେନ୍, ଜର୍ମାନୀ ଆଦି ଦେଶ କରୋନା ସଂକ୍ରମଣ ଲାଗି ଚାଇନାକୁ ଦାୟୀ କରିଛନ୍ତି ।
ଭାରତରେ କରୋନା ସଂକ୍ରମଣ ଲାଗି ଚାଇନା ୬୦ ହଜାର କୋଟି ଡଲାରର କ୍ଷତି ପୂରଣ ଦେଉବୋଲି ଦର୍ଶାଇ ଏକ ମାମଲା ସୁପ୍ରିମ୍କୋର୍ଟରେ ଦାଖଲ କରାଯାଇଛି । ତାମିଲନାଡୁର ମଦୁରାଇର କେ.କେ. ରମେଶ ନାମକ ଜଣେ ବ୍ୟକ୍ତି ଏହି ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା କୁହାଯାଉଛି । ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତରେ ଏହି ମାମଲା ଉଠାଇବାକୁ ସେ ଚାହୁଁଥିବା କହିଛନ୍ତି । ତେବେ ଏନେଇ ସୁପ୍ରିମ୍କୋର୍ଟ ସହାୟତା ସେ ଲୋଡ଼ିଥିବା ସୂଚନା ଦେଇଛନ୍ତି ।
Comments are closed.