Latest Odisha News

ଏମ୍‌କେସିଜି ଡାକ୍ତରଙ୍କ କାନକୁ କାମୁଡି ଛିଣ୍ଡାଇ ଦେଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର : ଏମ୍‌କେସିଜିରେ ଅଭାବନୀୟ ଘଟଣା । ରାଗରେ ଡାକ୍ତରଙ୍କ କାନକୁ କାମୁଡି ଛିଣ୍ଡାଇ ଦେଲେ ରୋଗୀଙ୍କ ସମ୍ପର୍କୀୟ ।  ଏମ୍‌କେସିଜି ମେଡିକାଲର ଲେବର ରୁମ ନିକଟରେ ଏହି ଘଟଣା ଘଟିଛି ।

ରୋଗୀଙ୍କ ପାଇଁ ଥିବା ଚିକିତ୍ସା ବ୍ୟବସ୍ଥାକୁ ନେଇ ତାଙ୍କ ସମ୍ପର୍କୀୟ ଅସନ୍ତୁଷ୍ଟ ଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ବଚସା ହୋଇଥିଲା । ରାଗରେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ କାମୁଡି ଦେଇଥିବା ଜଣାପଡିଛି ।

ଏ ନେଇ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଆହତ ଡାକ୍ତରଙ୍କୁ ଚିକିତ୍ସା କରାଯାଇଛି । ତେବେ ଡାକ୍ତରଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

Comments are closed.