ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଅପରାହ୍ନ ୩ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦୀ ।
ଏହି ବୈଠକରେ ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟଗୁଡିକ ଉପରେ ଫୋକସ ଦିଆଯିବ ବୋଲି ଜଣାପଡିଛି । ଏହାସହ ଆବଶ୍ୟକୀୟ ଅନୁଯାୟୀ ଲକଡାଉନ୍ ବୃଦ୍ଧି ନେଇ ମଧ୍ୟ ଆଲୋଚନା ହୋଇପାରେ ।
ମେ’ ୧୭ ତାରିଖରେ ଦେଶରେ ଜାରି ରହିଥିବା ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେଉଛି । ତେବେ ବଢ଼ୁଥିବା ସଂକ୍ରମଣକୁ ଦେଖି କିଛି ରାଜ୍ୟ ଲକଡାଉନ୍ ଅବଧିକୁ ପୁଣି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇପାରନ୍ତି ।
ଦେଶର କରୋନା ସ୍ଥିତି ନେଇ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଆସନ୍ତାକାଲି ହେବାକୁ ଥିବା ଏହି ଆଲୋଚନା ଦୀର୍ଘ ସମୟ ଧରି ହେବ ବୋଲି ସୂଚନା ମିଳିଛି ।
ବୈଠକରେ ସମସ୍ତ ମୁଖ୍ୟମନ୍ତ୍ରୀ ନିଜ ନିଜ ରାଜ୍ୟରେ କରୋନା ସ୍ଥିତି କିଭଳି ରହିଛି ଏବଂ ଭୂତାଣୁ ନିୟନ୍ତ୍ରଣ ପାଇଁ ରାଜ୍ୟମାନେ କ’ଣ ପଦକ୍ଷେପ ନେଇଛନ୍ତି ଏବଂ କେନ୍ଦ୍ରର କ’ଣ ସହଯୋଗ ଆବଶ୍ୟକ ତା’ଉପରେ ଆଲୋଚନା ହେବ ।
ଏହି ବୈଠକରେ ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶ ଭଳି ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟଗୁଡିକୁ ଅଧିକ ଗୁରୁତ୍ୱ ଦିଆଯିବ । ବଢ଼ୁଥିବା ସଂକ୍ରମଣକୁ ଦୃଢ଼ିରେ ରଖି ଓଡ଼ିଶାକୁ ମଧ୍ୟ ମୋଦୀ ଫୋକସ ଦେବେ ବୋଲି କୁହାଯାଉଛି ।
Comments are closed.