Latest Odisha News

BREAKING NEWS

ବୁଧବାର ଠାରୁ ସରକାରୀ କର୍ମଚାରୀଙ୍କ ପାଇଁ ଟ୍ଵିନ ସିଟିରେ ଚାଲିବ ବସ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ବର୍ତ୍ତମାନ ଲକଡାଉନ ସମୟରେ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ ଯୋଗଦେବାରେ ସାହାଯ୍ୟ କରିବା ପାଇଁ ବୁଧବାର ଠାରୁ କଟକ ଏବଂ ଭୁବନେଶ୍ୱର ମଧ୍ୟରେ ରାଜ୍ୟର ନିଜସ୍ୱ ଏକ ବସ୍ ଚଳାଚଳ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଓଡିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ବସ୍ ସରକାରୀ କର୍ମଚାରୀଙ୍କୁ ନେଇ ପ୍ରତିଦିନ ଟ୍ଵିନ ସିଟି ମଧ୍ୟରେ ନେବା ଆଣିବା କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ଭଡା ୩୦ ଟଙ୍କା ରହିବ ।

Leave A Reply

Your email address will not be published.