Latest Odisha News

ନବରଙ୍ଗପୁର ସରକାରୀ ଆଇଟିଆଇ ପକ୍ଷରୁ ଭିନ୍ନ ଧରଣର ମାସ୍କ ପ୍ରସ୍ତୁତ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣରୁ ବର୍ତିବା ପାଇଁ ନାକ, ପାଟି ଓ ମୁହଁ ଘୋଡ଼ାଇବା ନେଇ ଗୁରୁତ୍ୱ ଦିଆଯାଉଥିବା ବେଳେ ମାସ୍କ ପିନ୍ଧିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି ।

BjdElectrycity

ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସରକାରୀ ଆଇଟିଆଇର ପ୍ରଶିକ୍ଷକମାନେ ମୁହଁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ହେବା ଭଳି ମାସ୍କ ପ୍ରସ୍ତୁତ କରିଛନ୍ତି ।

ଅତି ସ୍ୱଳ୍ପ ମୂଲ୍ୟରେ ଏହି ମାସ୍କ ଉପଲବ୍ଧ ଏବଂ ଗୋଟିଏ ମାସ୍କ ପ୍ରାୟ ୧୭ରୁ ୧୮ ଟଙ୍କା ଖର୍ଚ୍ଚରେ ମିଳିପାରିବ ।

ଟ୍ରାନ୍ସପରେଂଟ ପ୍ଲାଷ୍ଟିକ ଶିଟ, ୨୯ ସେମି ଇଲାଷ୍ଟିକ, ଡବଲ ସାଇଡ ଗମ ଟେପ ଓ ସ୍ପଞ୍ଜରେ ଏହି ମାସ୍କ ପ୍ରସ୍ତୁତ କରାଯାଇଛି । ଏହି ମାସ୍କ ଦ୍ଵାରା କପାଳରୁ ବେକ ପର୍ଯ୍ୟନ୍ତ ଘୋଡ଼ାଇ ହୋଇ ରହିପାରିବ ।

“ପ୍ରଥମ ପର୍ଯ୍ୟାୟରେ ୧୦୦ଟି ମାସ୍କ ପ୍ରସ୍ତୁତ କରାଯାଇଛି । ଏହି ମାସ୍କଗୁଡ଼ିକୁ ବ୍ଲକର ଅଗ୍ରଣୀ କୋଭିଡ ଯୋଦ୍ଧା ପୋଲିସ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି । କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଏହି ମାସ୍କ ବିଶେଷ ଭାବେ ସହାୟକ ହୋଇପାରିବ । ଆଗକୁ ଅନୁଷ୍ଠାନ ପକ୍ଷରୁ ଅଧିକ ସଂଖ୍ୟାରେ ମାସ୍କ ପ୍ରସ୍ତୁତ କରାଯିବ” ବୋଲି ସରକାରୀ ଆଇଟିଆଇର ଅଧ୍ୟକ୍ଷ ପ୍ରଦୀପ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.