Latest Odisha News

BREAKING NEWS

ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲା ଫଲକନାମା ଏକ୍ସପ୍ରେସ, ଗୋଟିଏ ବଗି ଲାଇନଚ୍ୟୁତ

କଟକ : କଟକ ଜିଲ୍ଲା ଅନ୍ତର୍ଗତ କପିଳାସ ରୋଡ ନିକଟରେ ଫଲକନାମା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି ।

ସୂଚନା ଅନୁଯାୟୀ ହାୱଡା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ ଟ୍ରେନଟି କପିଳାସ ରୋଡ ନିକଟରେ କୌଣସି କାରଣବଶତଃ ଅଚାନକ ଟ୍ରାକରୁ ଖସିଯାଇଥିଲା ।

ଅନ୍ୟପକ୍ଷରେ ଟ୍ରେନଟି ଲାଇନଚ୍ୟୁତ ହେବା ଖବର ଶୁଣିବା ପରେ ଯାତ୍ରୀ ମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା ।

ଏହି ଦୁର୍ଘଟଣାରେ ଯାତ୍ରୀମାନଙ୍କର କୌଣସି କ୍ଷୟକ୍ଷତି ଘଟିନଥିବା ବେଳେ ଦୁର୍ଘଟଣାଗସ୍ତ ହୋଇଥିବା ବଗିକୁ ଛାଡି ଟ୍ରେନଟି କିଛି ସମୟ ମଧ୍ୟରେ ଛାଡିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କେଉଁ କାରଣରୁ ଟ୍ରେନ ଲାଇନଚ୍ୟୁତ ହେଲା ସେନେଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.