ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ କରୋନାଭାଇରସରେ ଓଡିଶାରେ ଆଉ ଦୁଇ ଜଣ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରବିବାର ସକାଳ ସୁଦ୍ଧା ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ରେ ପହଞ୍ଚିଛି ।
ଏହି ଦୁଇଟି ମୃତ୍ୟୁ ରାଜ୍ୟର କରୋନା ହଟସ୍ପଟ୍ ଗଞ୍ଜାମ ଜିଲ୍ଲାରେ ହୋଇଥିବା ସୂଚନା ମିଳିଛି। ରୋଗୀଙ୍କ ସବିଶେଷ ତଥ୍ୟ ଆସିବ ବାକି ରହିଛି।
ଏହି ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଆଉ ଏକ କରୋନା ମୃତ୍ୟୁ ହୋଇଥିଲା। ତାପୂର୍ବରୁ ଭୁବନେଶ୍ୱରର ଆଉ ଦୁଇଜଣ ଏହି ରୋଗରେ ମୃତ୍ୟୁ ବରଣ କରିଥିଲେ।
ଏପ୍ରିଲ୍ ୬ ରେ ରାଜ୍ୟ ଏହାର ପ୍ରଥମ କରୋନା ମୃତ୍ୟୁ ରେକର୍ଡ ହୋଇଥିଲା । କରୋନାରେ ସଂକ୍ରମିତ ୭୨ ବର୍ଷ ବୟସ୍କ ବ୍ୟକ୍ତି ଏମସ୍ ରେ ପ୍ରାଣ ହରାଇଥିଲେ ।
Comments are closed.