Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭ ଆକ୍ରାନ୍ତ; କରୋନା ମୁକ୍ତ ହେଲା ଭୁବନେଶ୍ୱର ଓ ଜଗତସିଂହପୁର

ଭୁବନେଶ୍ୱର: ରାଜ୍ୟରେ ଲାଗତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆସିଛି ଏକ ଆଶ୍ୱସ୍ତି ଜନକ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।

ଆଜି ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ୪୦ ଜଣ ଗଞ୍ଜାମ ଜିଲ୍ଲାର, ୫ ଜଣ ଜଗତସିଂହପୁର ଜିଲ୍ଲାର, ୪ ଜଣ ମୟୁରଭଞ୍ଜ ଜିଲ୍ଲାର, ୩ ଜଣ ଭୁବନେଶ୍ୱରର, ୨ ଜଣ ବଲାଙ୍ଗୀର ଜିଲ୍ଲାର ଓ କେନ୍ଦ୍ରାପଡା, ସୁନ୍ଦରଗଡ ଓ ବାଲେଶ୍ଵର ଜିଲ୍ଲାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ମଧ୍ୟ ଏହି ଆରୋଗ୍ୟଙ୍କ ସହ ଭୁବନେଶ୍ୱର ଓ ଜଗତସିଂହପୁରର ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନର ରିପୋର୍ଟ ଅନୁଯାୟୀ ଗୋଟିଏ ସମୟରେ ସର୍ବାଧିକ କରୋନା ଆକ୍ରାନ୍ତ ଥିବା ଭୁବନେଶ୍ୱରରେ ବର୍ତ୍ତମାନ ଗୋଟିଏ ସୁଦ୍ଧା ପଜିଟିଭ ନାହାନ୍ତି ।

ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥତା ସଂଖ୍ୟା ୨୭୭ କୁ ବୃଦ୍ଧି ପାଇଛି।

Comments are closed.