Latest Odisha News

BREAKING NEWS

ଭାରତର ଏହି ଆୟୁର୍ବେଦିକ ଜଡ଼ି-ବୁଟିରୁ ତିଆରି ହେବ କରୋନା ଭ୍ୟାକ୍ସିନ !

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାଣ୍ଡବ । ଏହାର ମୁକାବିଲା ପାଇଁ ସାରା ବିଶ୍ୱରେ ଔଷଧ ଖୋଜା ଚାଲିଛି ।

ତେବେ ଭାରତରେ ଆୟୁର୍ବେଦିକ ଜଡ଼ି-ବୁଟି ଅଶ୍ୱଗନ୍ଧା କରୋନା ଚିକିତ୍ସାରେ ପ୍ରଭାବୀ ସାବ୍ୟସ୍ତ ହୋଇପାରେ ବୋଲି ଦିଲ୍ଲୀ ଆଇଆଇଟି ଓ ଜାପାନା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଇଣ୍ଡଷ୍ଟିଆଲ୍ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ସଂଯୁକ୍ତ ଭାବେ ଏକ ରିସର୍ଚ୍ଚ କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ।

ଅଶ୍ୱଗନ୍ଧା ଓ ମହୁମାଛିରେ କରୋନା ଭାଇରସ୍ ପାଇଁ ଔଷଧ ତିଆରି ହୋଇପାରିବା ନେଇ ରିସର୍ଚ୍ଚ ଟିମ୍ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ।

ପାରମ୍ପରିକ ଚିକିତ୍ସା ପ୍ରଣାଳୀରେ ଭାରତରେ ଆୟୁର୍ବେଦ ହଜାରେ ବର୍ଷରୁ ପ୍ରଚଳିତ । ଦଶନ୍ଧି ଧରି ଆଇଆଇଟି ଦିଲ୍ଲୀ ଓ ଏଆଇଏସଟି ଆଧୁନିକ ଜ୍ଞାନକୌଶଳ ସହ ପାରମ୍ପରିକ ଜ୍ଞାନ ଉପରେ ଅଧ୍ୟୟନ କରୁଛନ୍ତି ।

ତେବେ ଅଧ୍ୟୟନ ଅନୁସାରେ ଅଶ୍ୱଗନ୍ଧାରେ କେମିକାଲ କମ୍ପାଉଣ୍ଡ ବିଥାନୋନରେ ଥିବାରୁ ଏହା ଶରୀରରେ କରୋନା ଭାଇରସକୁ ରୋକିପାରିବ । ଏହା ସହିତ ମହୁମାଛିରେ ଥିବା କେମିକାଲ କମ୍ପାଉଣ୍ଡ କ୍ୟାଫିକ ଏସିଡ୍ ଫେନେଥାଇଲ ଇଷ୍ଟର ସାର୍ସ ସିଓବି-୨ ଏମ୍ ଫ୍ରି ମଣିଷ ଶରୀରରେ ଗତିବିଧିକୁ ରୋକିବାରେ ସଫଳ ସାବ୍ୟସ୍ତ ହେବ ବୋଲି ଏହି ରିସର୍ଚ୍ଚ ଟିମ କହିଛନ୍ତି ।

Leave A Reply

Your email address will not be published.