ଖୋର୍ଦ୍ଧା: ଖୋର୍ଦ୍ଧା ବନାଞ୍ଚଳ ଅଧିନସ୍ଥ ମଳିପଡା କାଜୁ ବଗିଚାରେ ୪ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।
ହାତୀ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିମାନେ ସ୍ଥାନୀୟ ମଳିପଡା ଗାଁର ସତ୍ୟ ନାରାୟଣ ସାହୁ, ଜଗବନ୍ଧୁ ସାହୁ, କରୁଣା କର ସାହୁ ଏବଂ ଅନ୍ୟ ଜଣେ ବାବୁଲି ମହାରଣା ବୋଲି ସୁତ୍ରରୁ ପ୍ରକାଶ।
ପ୍ରାପ୍ତ ସୂଚନାନୁଯାୟୀ, ବର୍ତ୍ତମାନ କାଜୁ ମଞ୍ଜି ସଂଗ୍ରହ ସମୟ ହୋଇଥିଲା ବେଳେ ସମ୍ପୃକ୍ତ ବ୍ୟକ୍ତି ମାନେ କାଜୁ ମଞ୍ଜି ସଂଗ୍ରହ ଲାଗି ଯାଇଥିଲେ। ହେଲେ ସେମାନେ ଦୁର୍ଭାଗ୍ୟବଶତଃ ହାତୀ ଆକ୍ରମଣର ଶିକାର ହୋଇଥିଲେ।
ସମସ୍ତ ଆହତ ମାନଙ୍କୁ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ଲାଗି
ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ସୂଚନା ମିଳିଛି।
Comments are closed.