Latest Odisha News

BREAKING NEWS

ପବଜି ଖେଳ ହେଲା କାଳ: ଚାଲିଗଲା ଯୁବକଙ୍କ ପ୍ରାଣ

ଭୁବନେଶ୍ୱର: ଓଡିଶାର ନୂଆପଡା ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ପବଜି ଖେଳୁ ଖେଳୁ ଚାଲି ଯାଇଛି ଜଣେ ଯୁବକଙ୍କ ଜୀବନ ।

ମିଳିଥିବା ସୂଚନା ଅନୁଯାୟୀ, ନୂଆପଡା ଜିଲ୍ଲା ସଦରଥାନା ସିଆଲଲଟି ଗ୍ରାମର ୨୧ ବର୍ଷୀୟ ଯୁବକ କ୍ଷୀରମୋହନ ମାଝି । କାନରେ ଇୟରକର୍ଡ଼ ଦେଇ ରେଳ ଧାରଣା ଉପରେ ପବଜି ଖେଳିଖେଳି ଯାଉଥିଲେ ।

କ୍ଷୀରମୋହନ କାନରେ ଇୟରଫୋନ୍ ପିନ୍ଧି ପବଜି ଖେଳୁଥିବା କାରଣରୁ ଆସୁଥିବା ଟ୍ରେନର ଶବ୍ଦ ଶୁଣି ପାରିନଥିଲେ। ଦୁର୍ଭାଗ୍ୟ ବଶତଃ ଟ୍ରେନଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ଘଟଣା ଘଟିବାର ପରଦିନ ସକାଳେ ସ୍ଥାନୀୟ ଲୋକମାନେ ତାଙ୍କ ମୃତଦେହ ରେଳ ଲାଇନରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ପରେ ରେଳ ପୋଲିସ କ୍ଷୀରମୋହନଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

Leave A Reply

Your email address will not be published.