Latest Odisha News

BREAKING NEWS

ଅନଲାଇନରେ ମଦ ବିକ୍ରି; ଗୋଟିଏ ଦିନରେ ୮୪୨୦ ଅର୍ଡର

ଭୁବନେଶ୍ୱର: ଲକଡାଉନ୍ ମଧ୍ୟରେ ଅନଲାଇନ ଯୋଗେ ମଦ ବିକ୍ରିକୁ ଅନୁମତି ମିଳିଥିବା ବେଳେ ପ୍ରଥମ ଦିନରେ ଓଡିଶାର ପ୍ରାୟ ୨୯ଟି ଏକ୍ସାଇଜ୍ ଜିଲ୍ଲାରେ ୮,୪୨୦ ଅର୍ଡର କରାଯାଇଛି।

ରାଜ୍ୟ ଏକ୍ସାଇଜ୍ ବିଭାଗ ଅନୁଯାୟୀ ସୋମବାର ଦିନ ୯,୪୪୦ ବଲ୍କ ଲିଟର ବିଦେଶୀ ମଦ ଏବଂ ୧୦,୬୮୯ ଲିଟର ବିୟରର ହୋମ୍ ଡେଲିଭରି କରାଯାଇଥିଲା। ଉକ୍ତ ଅର୍ଡର ସଂଖ୍ୟା ଅନୁଯାୟୀ କଟକ, ଖୋର୍ଦ୍ଧା ଏବଂ ସୁନ୍ଦରଗଡ ଆଗରେ ରହିଛି ବୋଲି ଏକ୍ସାଇଜ୍ କମିଶନର କହିଛନ୍ତି।

ଆହୁରି ମଧ୍ୟ ହୋମ ଡେଲିଭରି ସେବା ବର୍ତ୍ତମାନ ୬୭୨ ଠିପି ବନ୍ଦ ଓ ଠିପି ଖୋଲା ଦୋକାନରେ ଉପଲବ୍ଧ। ଏହାଛଡା ଲାଇସେନ୍ସପ୍ରାପ୍ତ ଇଣ୍ଡିଆନ୍ ମେଡ୍ ବିଦେଶୀ ମଦ ଏବଂ କୋଭିଡ-୧୯ କଣ୍ଟେନମେଣ୍ଟ ଜୋନ୍ ଏବଂ ସପିଂ ମଲ୍ ବ୍ୟତୀତ ଅନ୍ୟ ଅଞ୍ଚଳରେ ମଦ ଯୋଗାଇ ଦିଆଯାଉଛି।

Leave A Reply

Your email address will not be published.