ଭୁବନେଶ୍ୱର: ବିପଦରେ ଚାଇନିଜ ଆପ ଟିକଟକ୍ । ଗୋଟିଏ ସମୟରେ ପ୍ଲେ ଷ୍ଟୋରରେ ରାଜ କରୁଥିବା ଟିକଟକ୍ ର ସ୍ଥିତି ଏବେ ଖରାପ । ତେବେ ଗତ କିଛିଦିନ ହେବ ପ୍ଲେ ଷ୍ଟୋରରେ ଏହାର ରେଟିଙ୍ଗ କମିବାରର ଲାଗିଛି। ୪.୬ ରେଟିଙ୍ଗ ଥିବା ଏହି ଆପର ରେଟିଙ୍ଗ ଲଗାତର ହ୍ରାସ ପାଇ ୧.୬ ରେ ପହଁଚିଥିଲା। ବର୍ତ୍ତମାନ ଏହା ପୁନଃ ବୃଦ୍ଧି ପାଇଥିବା ସୂଚନା ମିଳିଛି ।
ଏହା ପଛରେ କାରଣ..
ଟିକଟିକ ଆପ ଟିକୁ ଏକ ଚାଇନିଜ କମ୍ପାନୀ ପ୍ରସ୍ତୁତ କରିଥିଲେ ସୁଦ୍ଧା ଭାରତର ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହା ବେଶ୍ ଆଦୃତ। ୧୫ ସେକେଣ୍ଡର ଏକ ଡାଇଲଗ ବା ଗୀତରେ ଲିପସିଙ୍ଗ କରି ଅନେକ ଏଥିରେ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ହଠାତ ଏହାର ରେଟିଙ୍ଗ କମିବାର ପ୍ରଥମ କାରଣ ହେଉ ହେଉଛି “ୟୁଟୁବ ବନାମ ଟିକଟକ୍” ।
ପ୍ରଥମେ କ୍ୟାରି ମିନଟି ନାମକ ଜଣେ ଭାରତୀୟ ୟୁଟ୍ୟୁବର୍ ତାଙ୍କ ୟୁଟ୍ୟୁବ୍ ଭିଡିଓରେ ଟିକଟକ୍ ୟୁଜର୍ସଙ୍କୁ ଟ୍ରୋଲ କରିଥିଲେ । ଏହି ଭିଡ଼ିଓ ଗୁଡିକୁ ସମ୍ବେଦନଶୀଳ ଦର୍ଶାଇ ୟୁଟ୍ୟୁବ୍ କ୍ୟାରିଙ୍କ ଭିଡିଓକୁ ଡିଲିଟ୍ କରିଦେଇଥିଲା । ଏଥିରେ କ୍ଷୁବ୍ଧ ହୋଇ କ୍ୟାରି ମିନଟିଙ୍କ କୋଟି କୋଟି ପ୍ରଶଂସକଙ୍କ ସହ ଅନ୍ୟ ୟୁଟୁବରସ୍ ମାନେ ମଧ୍ୟ ଟିକଟକର ରେଟିଙ୍ଗ ହ୍ରାସ କରିବା ଆରମ୍ଭ କଲେ ।
କଥା କେବଳ ଏହିଠାରେ ସୀମିତ ନାହିଁ, ପରମୁହୂର୍ତ୍ତରେ ଟିକଟକରେ ଏସିଡ୍ ଆକ୍ରମଣ ସମ୍ବନ୍ଧୀୟ କିଛି ଭିଡ଼ିଓ ଭାଇରାଲ ହୋଇଥିଲେ । ଯାହା ବିବାଦୀୟ ମୋଡ଼ ନେଇ ମାମଲା ମହିଳା ଆୟୋଗରେ ପହଞ୍ଚିଥିଲା। ଏଭଳି ଏକ ସମ୍ବେଦନଶୀଳ ବିଷୟକୁ ନେଇ ହସମଜା କରୁଥିବା କାରଣରୁ ଅନେକ ସାଧାରଣ ଲୋକ ମଧ୍ୟ ଏହାର ରେଟିଙ୍ଗକୁ ହ୍ରାସ କରାଇଛନ୍ତି ।
ଆଉ ଏକ କାରଣ ଏହାକି ଯେ, ଯେହେତୁ ଟିକଟକ୍ ଏକ ଚାଇନିଜ୍ ଆପ୍ । ଏବଂ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ସ୍ବଦେଶୀ ଜିନିଷ ବ୍ୟବହାର କରି ନିଜ ଦେଶ ଲୋକଙ୍କ ସ୍ୱର ଉତ୍ତୋଳନ କରିବାକୁ ଅନୁରୋଧ କରିଛନ୍ତି। ଏହାବାଦ କରୋନା ଭାଇରସର ଉତ୍ପତ୍ତି ପାଇଁ ଚୀନ୍ ବିପକ୍ଷରେ କିଛି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ଏହିସବୁ ମଧ୍ୟ ଟିକଟକର ରେଟିଙ୍ଗ କମିବାର ଏକ କାରଣ ବୋଲି କୁହାଯାଇପାରେ ।
ଅନ୍ୟପଟେ ଟିକଟକକୁ ଟକ୍କର ଦେବାକୁ ଭାରତ ପକ୍ଷରୁ ଏକ ଆପ ଲଞ୍ଚ କରାଯାଇଛି। ଯାହାର ନାମ ରଖାଯାଇଛି ‘ମିତ୍ରୋ’ । ଖୁବ କମ ସମୟରେ ଏହି ‘ମିତ୍ରୋ’ ଆପ ବେଶ୍ ଲୋକପ୍ରିୟତା ହାସଲ କରିପାରିଛି।
Comments are closed.