Latest Odisha News

ସୁସ୍ଥ ହେଲେ ସମସ୍ତ ଆକ୍ରାନ୍ତ; କରୋନା ମୁକ୍ତ ହେଲା ବୌଦ୍ଧ ଜିଲ୍ଲା

ବୌଦ୍ଧ: କରୋନା ମୁକ୍ତ ହୋଇଛି ଓଡ଼ିଶାର ବୌଦ୍ଧ ଜିଲ୍ଲା। ଶନିବାର ଦିନ ବୌଦ୍ଧ ଜିଲ୍ଲାରୁ ୨୭ କରୋନା ରୋଗୀ ସୁସ୍ଥ ହେବା ସହିତ ଏଠାରେ ବର୍ତ୍ତମାନ ଆଉ ସକ୍ରିୟ ମାମଲା ନାହିଁ ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବୌଦ୍ଧ ଜିଲ୍ଲାରେ ପ୍ରଥମେ ମେ ୧୦ ତାରିଖରେ ୩ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଗୋଟିଏ ଦିନ ପରେ ଅନ୍ୟ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। କିଛି ଦିନ ପରେ, ମେ ୧୭ ରେ ଜିଲ୍ଲାରେ ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାର ଦୁଇଦିନ ପରେ ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୨୮ ଟି ନୂଆ ମାମଲା ଚିହ୍ନଟ ହୋଇଥିଲା । ଏହାସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିଲା ୩୩ ରେ। ଯାହା ଜିଲ୍ଲାରେ ଏକ ପ୍ରକାରର ଆତଙ୍କ ସୃଷ୍ଟି କରିଥିଲା।

ତେବେ ସମସ୍ତ ଆକ୍ରାନ୍ତ ସୁସ୍ଥ ହେବା ସହ କରୋନା ମୁକ୍ତ ହୋଇଛି ବୌଦ୍ଧ ଜିଲ୍ଲା।

Leave A Reply

Your email address will not be published.