Latest Odisha News

BREAKING NEWS

ସଙ୍ଗରୋଧ କେନ୍ଦ୍ରରୁ ବାହାରି ରାସ୍ତାରେ ବସିଲେ ପ୍ରବାସୀ: ସ୍ୱାବ ପରୀକ୍ଷା କରାଯାଇନଥିବା ଅଭିଯୋଗ

କଟକ: କଟକ ଜିଲ୍ଲା ତିଗିରିଆରରେ ପ୍ରବାସୀ ଓଡିଆଙ୍କ ରାସ୍ତାରୋକ ଅଭିଯୋଗ। ଏଥର ପ୍ରବାସୀମାନେ ଆଣିଛନ୍ତି ସଙ୍ଗିନ ଅଭିଯୋଗ । କଟକ ଜିଲ୍ଲା ତିଗିରିଆ ବ୍ଲକ ଜମାଦେଇପୁର ସଂଗରୋଧ କେନ୍ଦ୍ରରେ ଥିବା ପ୍ରବାସୀଙ୍କୁ ବିନା ସ୍ବାବ୍‌ ଟେଷ୍ଟରେ ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି।

ଏହାର ପ୍ରତିବାଦ କରି ସଙ୍ଗରୋଧ କେନ୍ଦ୍ରର ଲୋକେ ରାସ୍ତା ରୋକ କରୁଛନ୍ତି। ଏହା ଫଳରେ ନୂଆପାଟଣା ଛକରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।

ପ୍ରବାସୀଙ୍କ କହିବା ଅନୁଯାୟୀ, ବାହାର ସ୍ଥାନରୁ ଫେରି ସଙ୍ଗରୋଧରେ ରହିବା ପରେ ଆମର ସ୍ୱାବ ପରୀକ୍ଷା କରାଯାଇନାହିଁ । ଯଦି ଆଗକୁ ଯାଇ  ଆମେ କରୋନାରେ ଆକ୍ରାନ୍ତ ହେଉ ତେବେ ଏଥିପାଇଁ ଦାୟୀ କିଏ ରହିବ ବୋଲି” ପ୍ରବାସୀ ମାନେ ପ୍ରଶ୍ନ କରିଛନ୍ତି।

 

Comments are closed.