ଝାରସୁଗୁଡ଼ା: ଅନେକ ଦିନର ବ୍ୟବଧାନ ପରେ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ (ଭିଏସଏସ) ବିମାନବନ୍ଦରରୁ ସୋମବାର ଠାରୁ ଆଲିଆନ୍ସ ଏୟାର ପକ୍ଷରୁ ବିମାନ ସେବା ଆରମ୍ଭ ହୋଇଛି ।
ପ୍ରାପ୍ତ ସୂଚନାନୁଯାୟୀ ଆଲିଆନ୍ସ ପକ୍ଷରୁ ଏକ ବିମାନ ଆଜି ସକାଳ ପ୍ରାୟ ୭ଟା ୩୫ମି.ରେ ଝାରସୁଗୁଡାରେ ପହଞ୍ଚିଥିଲା । ପରେ ସେଠାରୁ ବିମାନଟି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା।
ଗଣମାଧ୍ୟମକୁ ସୂଚନା ଦେଇ ରବିବାର ଦିନ ଆଲିଆନ୍ସ ଏୟାରର ଷ୍ଟେସନ ମ୍ୟାନେଜର ଅଭିଜିତ ଶତପଥୀ କହିଛନ୍ତି ଯେ କୋଲକାତାରୁ ଏକ ବିମାନ ସୋମବାର ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବ ଏବଂ ପରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ପୁଣି ସେହି ଦିନ ଏହି ବିମାନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଝାରସୁଗୁଡା ଦେଇ କୋଲକାତା ଅଭିମୁଖେ ଯାତ୍ରା କରିବ।
ତେବେ ଗତ ମେ ୨୫ରେ ଝାରସୁଗୁଡା ବିମାନ ବନ୍ଦରରୁ ସ୍ପାଇସ୍ ଜେଟ୍ ପକ୍ଷରୁ ଝୋରସୁଗୁଡା-ହାଇଦ୍ରାବାଦ-ନୂଆଦିଲ୍ଲୀକୁ ବିମାନ ଉଡାଣ ଜାରି ରହିଛି ।
Comments are closed.