ୱାଶିଂଟନ: ଆମେରିକାରେ ଅଶ୍ୱେତ ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ଘଟଣା ନେଇ ବିକ୍ଷୋଭ ତୀବ୍ର ରୂପ ଧାରଣ କରିଛି । ରିପୋର୍ଟ ମୁତାବକ ୪୦ ସହରରେ କର୍ଫ୍ୟୁ ଲଗାଯାଇଛି । ହ୍ୱାଇଟ ହାଉସ ନିକଟରେ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡିଲା । ପରିସ୍ଥିତି ଉତେଜନା ପୂର୍ଣ୍ଣ ହେବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୱାଇଟହାଉସର ଅଣ୍ଡରଗ୍ରାଉଣ୍ଡ ବଙ୍କରକୁ କିଛି ସମୟ ପାଇଁ ନିଆଯାଇଥିଲା । ତେବେ ଏହି ରିପୋର୍ଟ ସତ୍ୟତା ନେଇ ମଧ୍ୟ କେତେକ ନ୍ୟୁଜ ସଂସ୍ଥା ପ୍ରଶ୍ନ ଉଠାଇଛନ୍ତି ।
ସିଏନଏନ ମୁତାବକ ୱାଂଶିଟନ ସମେତ ୧୫ ସହରରେ ୫ ହଜାର ନ୍ୟାଶନାଲ ଗାର୍ଡସଙ୍କୁ ନିୟୋଜିତ କରାଯାଇଛି । ମେ ୨୬ ରେ ପୋଲିସ ଠକାମି ଅଭିଯୋଗରେ ଫ୍ଲାଏଡଙ୍କୁ ଗିରଫ କରିଥିଲା । ଜଣେ ପୋଲିସ ଅଫିସର ତାଙ୍କ ବେକ ଉପରେ ଆଣ୍ଠୁ ରଖିବ କାବୁ କରିବା ଚେଷ୍ଟା କରୁଥିଲେ । ଫ୍ଲାଏଡ ନିଶ୍ୱାସ ନେଇ ପାରୁ ନ ଥିବା କହୁଥିଲେ ମଧ୍ୟ ପୋଲିସ ଜଣକ ଶୁଣି ନ ଥିଲେ । ଶେଷରେ ଫ୍ଲାଏଡ ମୃତ୍ୟୁବରଣ କରିଥିଲେ । ଏହି ଘଟଣା ପ୍ରଚାର ହେବା ପରେ ଅଶ୍ୱେତ ନିବାସୀ ଏବଂ ମାନବିକତାକୁ ସମର୍ଥନ କରୁଥିବା ଅମେରିକାବାସୀ ବିକ୍ଷୋଭକୁ ଓହ୍ଲାଇଥିଲେ ।
BREAKING NEWS
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
Comments are closed.