ୱାଶିଂଟନ: ଆମେରିକାରେ ଅଶ୍ୱେତ ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ଘଟଣା ନେଇ ବିକ୍ଷୋଭ ତୀବ୍ର ରୂପ ଧାରଣ କରିଛି । ରିପୋର୍ଟ ମୁତାବକ ୪୦ ସହରରେ କର୍ଫ୍ୟୁ ଲଗାଯାଇଛି । ହ୍ୱାଇଟ ହାଉସ ନିକଟରେ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡିଲା । ପରିସ୍ଥିତି ଉତେଜନା ପୂର୍ଣ୍ଣ ହେବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୱାଇଟହାଉସର ଅଣ୍ଡରଗ୍ରାଉଣ୍ଡ ବଙ୍କରକୁ କିଛି ସମୟ ପାଇଁ ନିଆଯାଇଥିଲା । ତେବେ ଏହି ରିପୋର୍ଟ ସତ୍ୟତା ନେଇ ମଧ୍ୟ କେତେକ ନ୍ୟୁଜ ସଂସ୍ଥା ପ୍ରଶ୍ନ ଉଠାଇଛନ୍ତି ।
ସିଏନଏନ ମୁତାବକ ୱାଂଶିଟନ ସମେତ ୧୫ ସହରରେ ୫ ହଜାର ନ୍ୟାଶନାଲ ଗାର୍ଡସଙ୍କୁ ନିୟୋଜିତ କରାଯାଇଛି । ମେ ୨୬ ରେ ପୋଲିସ ଠକାମି ଅଭିଯୋଗରେ ଫ୍ଲାଏଡଙ୍କୁ ଗିରଫ କରିଥିଲା । ଜଣେ ପୋଲିସ ଅଫିସର ତାଙ୍କ ବେକ ଉପରେ ଆଣ୍ଠୁ ରଖିବ କାବୁ କରିବା ଚେଷ୍ଟା କରୁଥିଲେ । ଫ୍ଲାଏଡ ନିଶ୍ୱାସ ନେଇ ପାରୁ ନ ଥିବା କହୁଥିଲେ ମଧ୍ୟ ପୋଲିସ ଜଣକ ଶୁଣି ନ ଥିଲେ । ଶେଷରେ ଫ୍ଲାଏଡ ମୃତ୍ୟୁବରଣ କରିଥିଲେ । ଏହି ଘଟଣା ପ୍ରଚାର ହେବା ପରେ ଅଶ୍ୱେତ ନିବାସୀ ଏବଂ ମାନବିକତାକୁ ସମର୍ଥନ କରୁଥିବା ଅମେରିକାବାସୀ ବିକ୍ଷୋଭକୁ ଓହ୍ଲାଇଥିଲେ ।
BREAKING NEWS
- ମହାନଦୀ ଟେବୁଲରେ ପୁଣି ମୁହାଁମୁହିଁ ହେବେ ଓଡ଼ିଶା-ଛତିଶଗଡ଼: ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ବୟାନ ବଢ଼ାଇଲା ଉତ୍କଣ୍ଠା
- ଦିଲ୍ଲୀପ ରାଉତରାୟଙ୍କ ଅବସର ପରେ କିଏ ହେବେ ଭଦ୍ରକର ନୂଆ ଜିଲ୍ଲାପାଳ? ଶେଷ ହେଲା ସସ୍ପେନ୍ସ, ବାଜିଲା ମୋହର
- ରାଜ୍ୟରେ ଗମ୍ଭୀର ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାରେ ବିଫଳ ରାଜ୍ୟ ସରକାର: ନବୀନ
- ମାଇଲେଜ୍ କମୁଛି, ଦାମ୍ କମୁନି! E20 ପେଟ୍ରୋଲ ଉପରେ ଉଠୁଥିବା ପ୍ରଶ୍ନର ଖୁଲାସା କଲେ କେନ୍ଦ୍ର ସରକାର
- ଶ୍ରୀଲଙ୍କା ଗସ୍ତ କରିବ ଟିମ୍ ଇଣ୍ଡିଆ: ଅଗଷ୍ଟ ୧୫ରୁ ଖେଳାଯିବ ୨ଟି ଟେଷ୍ଟ
- ଅପହଞ୍ଚ ଇଲାକାର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍
- ବିଶ୍ୱବ୍ୟାପୀ ବଢ଼ୁଛି ତମ୍ବା ଚୋରି: ଭାରତ ସମେତ ସାରା ବିଶ୍ୱ ପାଇଁ କାହିଁକି ସାଜିଛି ନୂଆ ସଙ୍କଟ?
- ସହରାଞ୍ଚଳରେ ତୁରନ୍ତ ଜଳ ନିଷ୍କାସନ ଓ ରିଲିଫ୍ କାର୍ଯ୍ୟ ପାଇଁ ନଗର ଉନ୍ନୟନ ବିଭାଗ ସମ୍ପୂର୍ଣ୍ଣ ଆଲର୍ଟ: ମନ୍ତ୍ରୀ
- ତେଲ ନଦୀରେ ବନ୍ୟା: ଲାଇଫ ଜ୍ୟାକେଟ୍ ପିନ୍ଧି ୧୫ ଜଣଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ
- ବୟସ ଜାଲିଆତି ରୋକିବାକୁ ବିସିସିଆଇର ବଡ଼ ପଦକ୍ଷେପ: ଯାଞ୍ଚ କରିବ ସ୍ୱତନ୍ତ୍ର ଏଜେନ୍ସି
Comments are closed.