Latest Odisha News

BREAKING NEWS

କରୋନାକୁ ଦୂରେଇ ରଖିବାକୁ ଚାହୁଁଛନ୍ତି କି? ଯଥାଶୀଘ୍ର ଛାଡ଼ନ୍ତୁ ଏହିସବୁ ଅଭ୍ୟାସ !

ଭୁବନେଶ୍ୱର: କରୋନାକୁ ନେଇ ସବୁଠୁ ଚିନ୍ତା । ଏହାର ପ୍ରତିଷେଧକ ଔଷଧ ବହାରିନଥିବା ବେଳେ ସତର୍କତା ହିଁ ଏକମାତ୍ର ବିକଳ୍ପ । ଏଥିରୁ ବଞ୍ଚିବା ପାଇଁ ସମାଜିକ ଦୂରତା ଓ ଅନ୍ୟ ସଚେତନତା ଭଳି ଦେହରେ ରୋଗ ପ୍ରତିରୋଧକ ଶକ୍ତି ରହିବା ନିହାତି ଆବଶ୍ୟକ । ଶରୀରରେ ଏହି ରୋଗ ପ୍ରତିଶୋଧକ ଶକ୍ତିକୁ ବଢାଇବା ନିମନ୍ତେ ଦୈନନ୍ଦିନ ଜୀବନର କିଛି ଅଭ୍ୟାସକୁ ଆମକୁ ତ୍ୟାଗ କରିବାକୁ ପଡିବ।

ଲକଡାଉନ ଯୋଗୁଁ ଅଧିକାଂଶ ଲୋକ ସୋସିଆଲ୍ ମିଡିଆରେ ସମୟ ଅତିବାହିତ କରୁଛନ୍ତି । ମୋବାଇଲର ବହୁଳ ବ୍ୟବହାର ଦ୍ୱାରା ନିଦ ଠିକ୍ ଭାବରେ ହୋଇନଥାଏ । ତେବେ, ଏହା ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ମଧ୍ୟ କ୍ଷତି ପହଞ୍ଚାଇ ଥାଏ।

ଦିନସାରା ଚିନ୍ତାଗ୍ରସ୍ତ ହୋଇ କାମ କରିବା ପରେ ଥରେ ଥରେ ଉତ୍ତେଜିତ ଲାଗେ । ଏହାଯୋଗୁଁ ଆପଣଙ୍କ ଶରୀରରୁ କାର୍ଟିସୋଲ ନାମକ ଷ୍ଟେରାର୍ଡ ହରମୋନ୍ ବାହାରିଯାଏ । ଯାହା ଆପଣଙ୍କୁ ଇମ୍ୟୁନିଟି ସିଷ୍ଟମ୍ ଉପରେ ଖରାପ ପ୍ରଭାବ ପକାଇ ଥାଏ । ଲଗାତର କାମ ନକରି ନିଜ ଶରୀରକୁ ଆରାମ ଦେଇ କାମ କରନ୍ତୁ ।

ଯେପରି ଅଧିକ କାମଭାର ଭଲ ନୁହେଁ, ସେହିଭଳି ଅଧିକ ଆରାମ ମଧ୍ୟ ଠିକ ନୁହେଁ।
ଘରେ କିଛି କାମ ନଥିଲେ ଲୋକ ଦିନସାରା ବିଛଣାରେ ପଡ଼ି ଆରାମ କରନ୍ତି । ଏହି ଖରାପ ଅଭ୍ୟାସ ଦ୍ୱାରା ଆମେ ଶାରିରୀକ ଅଭ୍ୟାସ ଠାରୁ ବହୁତ ଦୂରକୁ ଚାଲିଯାଉ। ଯାହାର ସିଧା ସଳଖ ପ୍ରଭାବ ଆମ ଇମ୍ୟୁନିଟି ସିଷ୍ଟମ୍ ଉପରେ ପଡ଼ିଥାଏ ।

ଧୂମ୍ରପାନ ଅନେକ ରୋଗର ମୂଳ କାରଣ । ଆପଣ ଯଦି ଧୂମ୍ରପାନ କରୁଛନ୍ତି ତେବେ ଯଥାଶୀଘ୍ର ଏହାକୁ ବର୍ଜନ କରନ୍ତୁ।କାରଣ ଏହା ଯୋଗୁଁ ଯେ କେବଳ ହୃତପିଣ୍ଡ ଖରାପ ହୁଏ ନାହିଁ ବରଂ ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ଏହା ଦୁର୍ବଳ କରିଦିଏ ।

ସେହିଭଳି ମଦ ପିଉଥିବା ଲୋକମାନଙ୍କ ଇମ୍ୟୁନିଟି ପାୱାର ଅନ୍ୟମାନଙ୍କ ଅପେକ୍ଷା ଢେର କମ୍ ଥାଏ। ତେଣୁ ଯଦି ଆପଣ ମଦ ପିଉଛନ୍ତି ତେବେ ଯଥାଶୀଘ୍ର ଏହି ଅଭ୍ୟାସକୁ ପରିତ୍ୟାଗ କରନ୍ତୁ ।

Leave A Reply

Your email address will not be published.