ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଜମ୍ମୁରେ ଫସି ରହିଥିବା ୩୬୦ରୁ ଅଧିକ ପ୍ରବାସୀ ଏକ ସ୍ୱତନ୍ତ୍ର ବିମାନରେ ରାଜ୍ୟକୁ ଫେରିଛନ୍ତି।
କୋଭିଡ-୧୯ ଲକଡାଉନ୍ ଲାଗୁ ଜମ୍ମୁରେ ରହୁଥିବା ଓଡିଆ ପ୍ରବାସୀ ଶ୍ରମିକ ମାନେ ହଇରାଣ ହେଉଥିଲେ। କାରଣ କଳକାରଖାନା ବନ୍ଦ ହେବା ସେମାନଙ୍କର ଆୟ ମଧ୍ୟ ବନ୍ଦ ହୋଇଯାଇଥିଲା। ଏପରିକି ପରିବହନ ସୁବିଧା ଅଭାବରୁ ସେମାନେ ଘରକୁ ଫେରିପାରିନଥିଲେ ବୋଲି ଟିଏନ୍ଏନ୍ ରେ ଏକ ରିପୋର୍ଟ ପ୍ରକାଶ ପାଇଛି।
ଏଭଳି ସ୍ଥିତିରେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟର ହାତ ବଢ଼ାଇ ଥିଲେ ଓଡ଼ିଶା ସରକାର। ସେମାନଙ୍କୁ ଜମ୍ମୁରୁ ଓଡିଶା ଅଭିମୁଖେ ଆଣିବା ଲାଗି ଏୟାର ଇଣ୍ଡିଆ ବିମାନ ଉଡ଼ାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ସେମାନଙ୍କ ବିମାନ ଟିକେଟ୍ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିଲେ।
ଏନେଇ ଅତିରିକ୍ତ ଡେପୁଟି କମିଶନର ତାହିର ଅହମ୍ମଦ କହିଛନ୍ତି ଯେ ଏହି ବିମାନଟି ଓଡିଶା ସରକାର ଦ୍ବାରା ପ୍ରାୟୋଜିତ ହୋଇଥିବାବେଳେ ଶ୍ରମିକମାନଙ୍କୁ ବିମାନବନ୍ଦରକୁ ନେବା ପାଇଁ ଆମେ ରାଜ୍ୟ ସଡକ ପରିବହନ ବସ୍ ଯୋଗାଇଛୁ।
Comments are closed.