Latest Odisha News

ବରୁଣେଇ ଓ ଉଗ୍ରତାରା ପୀଠରେ ୧୪୪ ଧାରା ଲଗାଇଲେ ଖୋର୍ଦ୍ଧା ପ୍ରଶାସନ

ଖୋର୍ଦ୍ଧା: କେନ୍ଦୁଝର ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଗୁରୁବାର ଦିନ ରଜ ପର୍ବ ଅବସରରେ ଜନସମାବେଶକୁ ରୋକିବା ପାଇଁ କେତେକ ସ୍ଥାନରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଖୋର୍ଦ୍ଧା ପ୍ରଶାସନ ଜୁନ୍ ୧୪ରୁ ୨୦ ପର୍ଯ୍ୟନ୍ତ ଖୋର୍ଦ୍ଧା ନିକଟସ୍ଥ ବରୁଣେଇ ମନ୍ଦିର ଏବଂ ଟାଙ୍ଗିର ଉଗ୍ରତାରା ମନ୍ଦିର ପରିସରରେ ୧୪୪ ଧାରା ଲଗାଇଛନ୍ତି । ଏନେଇ ଟ୍ୱିଟ୍ ଜରିଆରେ ସୂଚନା ପ୍ରଦାନ କରାଯାଇଛି ।

ସୂଚନାନୁସାରେ, ପ୍ରତିବର୍ଷ ଏହି ଅଞ୍ଚଳରେ ରଜ ପର୍ବରେ ବହୁ ସଂଖ୍ୟାରେ ଲୋକଙ୍କର ଜନ ସମାବେଶ ହୋଇଥାଏ । କରୋନାଭାଇରସ୍ ବିସ୍ତାରକୁ ରୋକିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ଜଣାପଡିଛି ।

ଅଧିକ ପଢନ୍ତୁ: ରଜ ପର୍ବରେ ହେବନି ଜନସମାବେଶ; ସୂଚନା ଦେଲେ କେନ୍ଦୁଝର ପ୍ରଶାସନ

ସେହିପରି କେନ୍ଦୁଝର ପ୍ରଶାସନ ପକ୍ଷରୁ ମଧ୍ୟ ଜିଲ୍ଲାରେ ରଜ ପର୍ବ ପାଳନ ନେଇ ମଧ୍ୟ କିଛିଟା ପ୍ରତିବନ୍ଧକ ଲଗାଯାଇଛି ।

Comments are closed.