ନୂଆଦିଲ୍ଲୀ: ଜୁନ ୧୮ ତାରିଖରୁ ଭାରତ ସରକାର ବାଣିଜ୍ୟିକ ଭିତ୍ତିରେ କୋଇଲା ଖଣିଗୁଡିକର ନିଲାମ ଆରମ୍ଭ କରିବେ ।ଉନ୍ମୁକ୍ତ କୋଇଲା କ୍ଷେତ୍ର ଆତ୍ମନିର୍ଭର ଭାରତର ନୂତନ ଆଶା ଶୀର୍ଷକ ଏହି ଯୋଜନାକୁ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ ।
“ଆମେ ପ୍ରଥମ ଥର ନିମନ୍ତେ ବାଣିଜ୍ୟିକ ଭିତ୍ତିରେ ଦେଶରେ କୋଇଲା ନିଲାମ କରୁଛୁ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଯୋଗଦେବେ । କୋଇଲା ଦ୍ଵାରା ଆତ୍ମନିର୍ଭର ଭାରତ ଗଠନ କରିବା ହେଉଛି ତାଙ୍କର ମାର୍ଗଦର୍ଶନ ଓ ଦୂରଦୃଷ୍ଟିର ପରିଚାୟକ । ମୁଁ ଗର୍ବିତ ଯେ, ଆମେ ଏହାକୁ ହାସଲ କରିବୁ” । ଆଜି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଟ୍ୱିଟ ମାଧ୍ୟମରେ ଏହା ପ୍ରକାଶ କରିଛନ୍ତି । ବିଭିନ୍ନ କଟକଣାରୁ ମୁକ୍ତ ହୋଇ ଏକ ନୂତନ ଅଭିବୃଦ୍ଧି ଆଡକୁ ଗତି କରିବ ଭାରତୀୟ କୋଇଲା କ୍ଷେତ୍ର ।
“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ଏହା ଅଗ୍ରସର କରାଇବାରେ ସାହାଯ୍ୟ କରିବ । ଏହାକୁ ସାକାର କରିବା ପାଇଁ କୋଇଲା କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାର ଆଣିବାକୁ ପଡିବ ।
ବାଣିଜ୍ୟିକ କୋଇଲା ଖଣି ନିଲାମ ପୂର୍ବରୁ ଏକ୍ଷେତ୍ରରେ ହେଉଥିବା ନିଲାମ ତୁଳନାରେ ସଂପୂର୍ଣ୍ଣ ଭିନ୍ନ । ବର୍ତ୍ତମାନ ଏହା ସଂପୂର୍ଣ୍ଣ କଟକଣା ମୁକ୍ତ ରହିବ । ପ୍ରସ୍ତାବିତ ନିଲାମରେ ଥିବା ନିୟମ କାନୁନ ନୂତନ କମ୍ପାନୀଗୁଡ଼ିକୁ ନିଲାମ ପ୍ରକ୍ରିୟାରେ ଭାଗ ନେବାରେ ବିଶେଷ ସହାୟକ ହେବ । ଏହି ବ୍ୟବସ୍ଥା ସଂପୂର୍ଣ୍ଣ ସ୍ଵଚ୍ଛ ହେବା ସହ ଏଥିରେ ଶତକଡା ୧୦୦ଭାଗ ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜି ନିବେଶ ମଧ୍ୟ ସମ୍ଭବ ହେବ । ନିଲାମ ପାଇଁ ଯୋଗ୍ୟ ବିବେଚିତ ସଂସ୍ଥା କୋଇଲା ଉତ୍ପାଦନ ଓ ଏହାର ବାଷ୍ପିକରଣ ଦିଗରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ” ବୋଲି କୁହାଯାଇଛି ।
ଏହି ନିଲାମ ପ୍ରକ୍ରିୟା ଦେଶରେ ଶକ୍ତି ନିରପତ୍ତା ପାଇଁ ଦୃଢ ଭିତ୍ତିଭୂମି ସୃଷ୍ଟି କରିବା ସହ ଅତିରିକ୍ତ କୋଇଲା ଉତ୍ପାଦନ ସହ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସୂଚନା ମିଳିଛି । ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା କୋଲ ଇଣ୍ଡିଆ ନୂତନ ପଦକ୍ଷେପ ଯୋଗୁଁ ୧୦୦ ନିୟୁତ ଟନ ପର୍ଯ୍ୟନ୍ତ କୋଇଲା ଉତ୍ତୋଳନ କରିବା ସହ ଦେଶର ତାପଜ କୋଇଲା ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରିବ ବୋଲି କୁହାଯାଇଛି ।
BREAKING NEWS
- ଭାରତୀୟ ଛାତ୍ରଙ୍କୁ ଦେଶାନ୍ତର କରାଯିବ ନାହିଁ; ରୋକ୍ ଲଗାଇଲେ କୋର୍ଟ
- ଭାରତ ଗସ୍ତରେ ଆସିବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ
- ଦେଶରେ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ପ୍ରଥମ
- ମଣିଷକୁ ସତରେ ଲାଗେ ଭୂତ? ବିଜ୍ଞାନ କଣ କୁହେ
- AI ସାହାଯ୍ୟରେ ବିଶ୍ୱର ପ୍ରଥମ ଶିଶୁ ହେଲା ଜନ୍ମ
- ଯାତ୍ରା ମାଲିକଙ୍କୁ କାହିଁକି ‘ବାବୁ’ ଡାକନ୍ତି କଳାକାର, ଏହା ପଛରେ ରହିଛି ଅନେକ କାରଣ
- ୨୦୨୮ ଅଲିମ୍ପିକ୍ସ: କ୍ରିକେଟ ପାଇଁ ଠିକ କରାଗଲା ଭେନ୍ୟୁ
- କଂଗ୍ରେସ ଭବନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ
- ପାକିସ୍ତାନରେ ପ୍ରଚଳିତ କିଛି ଅଦ୍ଭୁତ ଆଇନ: ଜାଣିଲେ ଆଶ୍ଚର୍ଯ୍ୟ ହେବେ
- ଓଡ଼ିଶାର ସବୁଠୁ ବଡ ଟନେଲର ଫିଟିଲା ବାଟ; ପୁର୍ବ ସହ ପଶ୍ଚିମ ଓଡିଶାକୁ କରିବ ସଂଯୋଗ
Comments are closed.