ନୂଆଦିଲ୍ଲୀ: ଜୁନ ୧୮ ତାରିଖରୁ ଭାରତ ସରକାର ବାଣିଜ୍ୟିକ ଭିତ୍ତିରେ କୋଇଲା ଖଣିଗୁଡିକର ନିଲାମ ଆରମ୍ଭ କରିବେ ।ଉନ୍ମୁକ୍ତ କୋଇଲା କ୍ଷେତ୍ର ଆତ୍ମନିର୍ଭର ଭାରତର ନୂତନ ଆଶା ଶୀର୍ଷକ ଏହି ଯୋଜନାକୁ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ ।
“ଆମେ ପ୍ରଥମ ଥର ନିମନ୍ତେ ବାଣିଜ୍ୟିକ ଭିତ୍ତିରେ ଦେଶରେ କୋଇଲା ନିଲାମ କରୁଛୁ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଯୋଗଦେବେ । କୋଇଲା ଦ୍ଵାରା ଆତ୍ମନିର୍ଭର ଭାରତ ଗଠନ କରିବା ହେଉଛି ତାଙ୍କର ମାର୍ଗଦର୍ଶନ ଓ ଦୂରଦୃଷ୍ଟିର ପରିଚାୟକ । ମୁଁ ଗର୍ବିତ ଯେ, ଆମେ ଏହାକୁ ହାସଲ କରିବୁ” । ଆଜି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଟ୍ୱିଟ ମାଧ୍ୟମରେ ଏହା ପ୍ରକାଶ କରିଛନ୍ତି । ବିଭିନ୍ନ କଟକଣାରୁ ମୁକ୍ତ ହୋଇ ଏକ ନୂତନ ଅଭିବୃଦ୍ଧି ଆଡକୁ ଗତି କରିବ ଭାରତୀୟ କୋଇଲା କ୍ଷେତ୍ର ।
“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ଏହା ଅଗ୍ରସର କରାଇବାରେ ସାହାଯ୍ୟ କରିବ । ଏହାକୁ ସାକାର କରିବା ପାଇଁ କୋଇଲା କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାର ଆଣିବାକୁ ପଡିବ ।
ବାଣିଜ୍ୟିକ କୋଇଲା ଖଣି ନିଲାମ ପୂର୍ବରୁ ଏକ୍ଷେତ୍ରରେ ହେଉଥିବା ନିଲାମ ତୁଳନାରେ ସଂପୂର୍ଣ୍ଣ ଭିନ୍ନ । ବର୍ତ୍ତମାନ ଏହା ସଂପୂର୍ଣ୍ଣ କଟକଣା ମୁକ୍ତ ରହିବ । ପ୍ରସ୍ତାବିତ ନିଲାମରେ ଥିବା ନିୟମ କାନୁନ ନୂତନ କମ୍ପାନୀଗୁଡ଼ିକୁ ନିଲାମ ପ୍ରକ୍ରିୟାରେ ଭାଗ ନେବାରେ ବିଶେଷ ସହାୟକ ହେବ । ଏହି ବ୍ୟବସ୍ଥା ସଂପୂର୍ଣ୍ଣ ସ୍ଵଚ୍ଛ ହେବା ସହ ଏଥିରେ ଶତକଡା ୧୦୦ଭାଗ ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜି ନିବେଶ ମଧ୍ୟ ସମ୍ଭବ ହେବ । ନିଲାମ ପାଇଁ ଯୋଗ୍ୟ ବିବେଚିତ ସଂସ୍ଥା କୋଇଲା ଉତ୍ପାଦନ ଓ ଏହାର ବାଷ୍ପିକରଣ ଦିଗରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ” ବୋଲି କୁହାଯାଇଛି ।
ଏହି ନିଲାମ ପ୍ରକ୍ରିୟା ଦେଶରେ ଶକ୍ତି ନିରପତ୍ତା ପାଇଁ ଦୃଢ ଭିତ୍ତିଭୂମି ସୃଷ୍ଟି କରିବା ସହ ଅତିରିକ୍ତ କୋଇଲା ଉତ୍ପାଦନ ସହ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସୂଚନା ମିଳିଛି । ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା କୋଲ ଇଣ୍ଡିଆ ନୂତନ ପଦକ୍ଷେପ ଯୋଗୁଁ ୧୦୦ ନିୟୁତ ଟନ ପର୍ଯ୍ୟନ୍ତ କୋଇଲା ଉତ୍ତୋଳନ କରିବା ସହ ଦେଶର ତାପଜ କୋଇଲା ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରିବ ବୋଲି କୁହାଯାଇଛି ।
BREAKING NEWS
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ

Comments are closed.