Latest Odisha News

BREAKING NEWS

ଆଉ ଦିନକ ପରେ ରଜ: ଏଥର ଅନଲାଇନରେ ମିଳିବ ଭଳିକି ଭଳି ଫ୍ଲେବରର ପାନ

ଭୁବନେଶ୍ୱର: ଆଉ ଦିନକ ପରେ ସଜବାଜ । ଓଡ଼ିଶାର ଗଣପର୍ବ ରାଜ ପାନ ବିନା ସତେ ଯେମିତି ଅଧା ଅଧା ଲାଗେ । ରଜରେ ପାନ ଖଣ୍ଡେ ନଖାଇଲେ ଫିକା ପଡିଯାଏ ରଜ ମଉଜ।

ସେହିପରି ସାମ୍ନାକୁ ଆସିଛି ରଜର ଅନଲାଇନ୍ କନସେପ୍ଟ । ଏଭଳି ସ୍ପେଶାଲ ପାନ ଖୋଜିବାକୁ ଆପଣଙ୍କୁ ଆଉ କଷ୍ଟ କରିବାକୁ  ହେବନି । ଘରେ ବସି ଅନଲାଇନରେ ଅର୍ଡର କରନ୍ତୁ । ଆଉ ରଜ ପାନର ମଜା ନିଅନ୍ତୁ । । ଆପଣ upahar.com କୁ ଯାଇ ଏଠାରୁ ପାନ ଅର୍ଡର କରିପାରିବେ। ଟ୍ଵିନ ସିଟିରେ ଥିବା ଯେକୌଣସି ଗ୍ରାହକ ଏଥିରେ ବରାଦ କଲେ ମାତ୍ର ୪ ଘଣ୍ଟା ମଧ୍ୟରେ ତାଙ୍କ ପାଖରେ ପାନ ପହଞ୍ଚିଯିବ ବୋଲି କାହାଯାଉଛି। ଏଥିସହ ସ୍ବିଗିରେ ବି ଖୁବ୍‌ ଶୀଘ୍ର ଉପଲବ୍ଧ ହେବ।

ସବୁଥର ପରି ଏଥର ମଧ୍ୟ ରଜକୁ ନଜରରେ ରଖି ଦୋକାନ ମାନଙ୍କରେ ସଜା ହେଲାଣି ଭଳିକି ଭଳି ପାନ। ବିଶେଷକରି ରାଜଧାନୀର କୋଣଅନୁକୋଣରେ ଖୋଲିଲାଣି ଅସ୍ଥାୟୀ ପାନ ପସରା ।

ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଭଳିକି ଭଳି ପାନ ଭେଟି ଦେଉଛନ୍ତି ବ୍ୟବସାୟୀ । ସହିଦ ନଗରସ୍ଥିତ ବନାରସୀ ପାନ ଭଣ୍ଡାର ଏଥର ଗ୍ରାହକ ମାନଙ୍କ ପାଇଁ ନେଇ ଆସିଛି ‘ଫ୍ଲେଭର ବ୍ଲାଷ୍ଟ୍‌ ପାନ’। ଏହି ପାନ ଭିତରେ ବିଭିନ୍ନ ପ୍ରକାର ମସଲା ଭର୍ତ୍ତି କରି ଏହାକୁ ପାନ ମୋଡ଼ିଲା ଭଳି ମୋଡ଼ି ଦିଆଯାଏ। ଏକ ମେସିନ୍‌ ସାହାଯ୍ୟରେ ଏଥିରେ ଚସ୍‌କାମସ୍‌କା ଫ୍ଲେଭର୍‌ ଦେଇ ଏହାକୁ ପାଖାପାଖି ୧୫ରୁ ୨୦ ମିନିଟ୍‌ ଯାଏଁ ଡିପ୍‌ ଫ୍ରିଜ୍‌ କରାଯାଏ । ଏହାକୁ ୫ ଦିନ ଯାଏଁ ରଖି ଖାଇହେବ। ସବୁ ବର୍ଗର ଲୋକ ଏହାକୁ ପସନ୍ଦ କରିଥାନ୍ତି । ଏହା ଏକ ନୂତନଧରଣର ପାନ ହୋଇଥିବାରୁ ପିଲାଠାରୁ ବୟସ୍କ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ଦୋକାନୀ ରମାକାନ୍ତ ସେନାପତି କହିଛନ୍ତି।
ଏହାସହ ପିଲାଙ୍କ ପାଇଁ ରହିଛି ଓରିଓ ପାନ, ଜେମ୍‌ସ୍‌ ପାନ, ଫ୍ଲେଭର୍‌ ଚସ୍‌କାମସ୍‌କା, ପାନ ସଟ୍‌ସ୍‌, ଦିଲ୍‌ଖୁସ୍‌ ଓ ଦିଲ୍‌ଦିୱାନା ଆଦି ପାନ।
ଏହି ପାନ ସବୁର ଦାମ୍‌ ୪୦ ଟଙ୍କାରୁ ଆରମ୍ଭ କରି ୧୫୦ ଟଙ୍କା ଯାଏ ରହିଛି।

Leave A Reply

Your email address will not be published.