Latest Odisha News

BREAKING NEWS

ଥମୁନି କରୋନା; ବିଶ୍ୱବ୍ୟାପୀ ୪ ଲକ୍ଷ ଟପିଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱବ୍ୟାପୀ ପ୍ରାୟ ୭୭.୩୨ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ।

ଜାତୀୟ ଗଣମାଧ୍ୟମ ଇକୋନୋମିକଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କରୋନାଭାଇରସରେ ସଂକ୍ରମିତ ୨୦୦ରୁ ଅଧିକ ଦେଶରେ ଏଯାବତ୍ ୭୭.୩୨ ଲକ୍ଷରୁ ଉର୍ଦ୍ଧ୍ୱ ଲକ୍ଷ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୪ ଲକ୍ଷ ଜଣଙ୍କର ମୃତ୍ୟୁ ଘଟିଛି ।

ଏହାବ୍ୟତିତ ପ୍ରାୟ ୩୯.୫୬ ଲକ୍ଷ ବ୍ୟକ୍ତି କରୋନା ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି ।

ସେହିପରି ଭାରତରେ ବୁଧବାର ଦିନ ପାଖାପାଖି ୩ ଲକ୍ଷରୁ ଅଧିକ ବ୍ୟକ୍ତି କରୋନାଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏପରିକି ଏପର୍ଯ୍ୟନ୍ତ କୋଭିଡ -୧୯ରେ ସଂକ୍ରମିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ୮ ହଜାରରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସମୟରେ ବିଶ୍ୱରେ ସର୍ବାଧିକ କରୋନା ସଂକ୍ରମିତ ଦେଶ ତାଲିକାରେ ପ୍ରଥମରେ ଆମେରିକା ରହିଥିବା ବେଳେ ବ୍ରାଜିଲ୍ ଦ୍ୱିତୀୟ ସ୍ଥାନରେ ରହିଛି । ଏହାଛଡା ତୃତୀୟରେ ଋଷ ରହିଥିବା ବେଳେ ଭାରତ ଚତୁର୍ଥ ସ୍ଥାନରେ ରହିଛି ।

Leave A Reply

Your email address will not be published.