Latest Odisha News

BREAKING NEWS

ମା’ଙ୍କ ପାଇଁ ଥିଲା ସୁଶାନ୍ତଙ୍କ ଶେଷ ଇଂଷ୍ଟା ପୋଷ୍ଟ

ମୁମ୍ବାଇ: ବଲିଉଡର ଜଣେ ସଫଳତା ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଜି ଆତ୍ମହତ୍ୟା କରିଛନ୍ତି । ରବିବାର ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

ତେବେ ମୃତ୍ୟୁର ୧୦ ଦିନ ପୂର୍ବରୁ ସେ ନିଜ ମା’ଙ୍କୁ ମନେପକାଇ ତାଙ୍କ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଥିଲେ । ଏହାଥିଲା ତାଙ୍କ ଶେଷ ପୋଷ୍ଟ । ଏହି ପୋଷ୍ଟରେ ସେ ଲେଖିଥିଲେ ଯେ, ଲୁହରେ ବାଷ୍ପିଭୂତ ହୋଇଥିବା ଅତୀତ, ଅସମାପ୍ତ ସ୍ୱପ୍ନଗୁଡିକ ସ୍ମିତହାସ୍ୟରେ ଖୋଦିତ ଏବଂ ଏକ କ୍ଷଣସ୍ଥାୟୀ ଜୀବନ ପରସ୍ପର ମଧ୍ୟରେ ବୁଝାମଣା…’ । ହାସଟ୍ୟାଗ ମା’ ।

ତେବେ ସୁଶାନ୍ତଙ୍କ ମାଙ୍କର ବହୁ ପୂର୍ବରୁ ମୃତ୍ୟୁ ଘଟିଛି । ଯେତେବେଳେ ସୁଶାନ୍ତ ୧୬ ବର୍ଷର ଥିଲେ ,ସେବେ ତାଙ୍କ ମାଙ୍କର ଦେହାନ୍ତ ହୋଇଥିଲା । ସେ ଅନେକ ଥର ସୋସିଆଲ ମିଡିଆରେ ନିଜ ମା’ଙ୍କ ପ୍ରତି ପ୍ରେମ ବ୍ୟକ୍ତ କରିଛନ୍ତି । ଅନ୍ୟପଟେ ସୁଶାନ୍ତ ମୁମ୍ବାଇ ବାନ୍ଦ୍ରାରେ ସ୍ଥିତ ଘରେ ଏକୁଟିଆ ରହୁଥିଲେ । ତାଙ୍କ ମୃତ୍ୟୁ ସମ୍ପର୍କରେ ପୋଲିସ ପଡୋଶୀମାନଙ୍କୁ ପଚରାଉଚରା କରୁଛି । ସେ ସୁଶାନ୍ତ ଗତ ୬ ମାସ ଧରି ଡିପ୍ରେସନରରେ ଥିଲେ ବୋଲି ଜଣାପଡିଛି ।

Comments are closed.