Latest Odisha News

BREAKING NEWS

ଆଜି ଶେଷ ରଜ: ପିଠା ଓ ମିଠା ମହକ ସାଙ୍ଗକୁ ରଜଗୀତରେ ଉଲ୍ଲସିତ ହେଉଛି ପରିବେଶ

ଭୁବନେଶ୍ୱର: ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ। ଏହାକୁ ଶେଷ ରଜ କୁହାଯାଏ। କରୋନା କଟକଣା ସତ୍ତ୍ୱେ ଗାଁ ଠୁ ସହର ହୋଇ ଉଠିଛି ଚଳଚଞ୍ଚଳ । ମିଠା, ପିଠା ଓ ପାନର ମହକରେ ମହାକୁଛି ପରିବେଶ । ଅନ୍ୟବର୍ଷ ଭଳି ଦୋଳି ଓ ବାଗୁଡ଼ି ଖେଳ ନଥିଲେ ମଧ୍ୟ ଘରେ ଘରେ ପଡିଛି ଲୁଡୁ ଓ ତାସର ବାଜି। କଟକଣା ସହ ପିଲାଠୁ ବୁଢା ସଭିଏଁ ମସ୍‌ଗୁଲ୍‌ ହୋଇ ଧୁମ୍‌ଧାମ୍‌ରେ ଚାଲିଛି ରଜ ଉତ୍ସବ ପାଳନ।

ନୂଆ ପୋଷାକ ସାଙ୍ଗକୁ ପାଦରେ ଅଳତା, ମଥାରେ କୁଙ୍କୁମର ଟିକା ଆଉ ହାତରେ ମେହେନ୍ଦି ଲଗାଇ ଝିଅମାନେ ନିଜ ଅଗଣର ରଜ ଦୋଳି ପାଖରେ ଏକାଠି ହୋଇଛନ୍ତି। କୁମାରୀଙ୍କ କଣ୍ଠରୁ ଆଉ ପବନରେ ଭାସି ଆସୁଛି ଭଳିକି ଭଳି ରଜ ଗୀତ ।

Comments are closed.