Latest Odisha News

ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ: କରୋନା ସଂକ୍ରମିତ ମାଆର ଶେଷ ଦର୍ଶନ ନକରିପାରି କିପରି ବୁକୁ ଫଟାଇ କାନ୍ଦୁଛି ପୁଅ

ଭୁବନେଶ୍ୱର: ଦିନକୁ ଦିନ ଅସହ୍ୟ ହୋଇ ଯାଉଛି କରୋନା ଯନ୍ତ୍ରଣା । ସାମାନ୍ୟ ମନେ ହେଉଥିବା ଏହି ଅଦୃଶ୍ୟ ଭୂତାଣୁ ଆଗରେ ଆଜି ନତମସ୍ତକ ସାରା ବିଶ୍ୱ । ଶ୍ରେଷ୍ଠ ପ୍ରାଣୀ ବୋଲାଉଥିବା ମଣିଷ ଆଜି ପ୍ରକୃତି ପାଖରେ ଅସହାୟ, ନିରୁପାୟ । କେଉଁଠି ଏହି ସଂକ୍ରମଣ ମାଆ ଠୁ ଛୁଆକୁ ଅଲଗା କରି ଦେଉଛି ତ ଆଉ କେଉଁଠି ବାପ ଠୁ ପୁଅକୁ । ସବୁଠି ହତାଶା ଓ ଅସହାୟତାର ସ୍ୱର ଗୁଞ୍ଜରିତ ହେଉଛି । ଏହିଭଳି ଏକ ଛାତିଥର ଦୃଶ୍ୟ ଆମର ହସ୍ତଗତ ହୋଇଛି । ଘଟଣାଟି କେଉଁଠିକାର ସ୍ପଷ୍ଟ ଜଣାପଡି ନଥିବା ବେଳେ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହେଉଛି ।

କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛି ମା’ । ମାଆର ଅନ୍ତିମ ଦର୍ଶନ କରି ନପାରି ବୁକୁ ଫଟାଇ କାନ୍ଦୁଛି ପୁଅ । କେତେ କାକୁତି ମିନତୀ ହେଉଛି ସମସ୍ତଙ୍କ ପାଖରେ ତା’ ମାଆର ଶେଷ ଦର୍ଶନ ଥରେ କରାଇ ଦେବା ପାଇଁ । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ମୃତ ମାଆ ଙ୍କୁ ପାଦ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଏକ ଖୋଳାପାରେ ବାନ୍ଧି ଦିଆଯାଇଛି। ଏହି ଅସହାୟ ପୁଅଟିର ଆକୁଳ ନିବେଦନ ଶୁଣିଲେ ପଥର ଛାତିରେ ବି କୋହ ଜକେଇ ଆସିବ। ଦେଖନ୍ତୁ ଏହି ଭିଡ଼ିଓଟି…

https://www.facebook.com/190997390980332/posts/3147123108701064/?sfnsn=wiwspwa&extid=AEJ0Jl4UftQgKQsY

 

Comments are closed.